ରାୟଗଡ଼ା(ମନୋଜ ପାତ୍ର ): ରାୟଗଡ଼ା ସହରର ବିଭିନ୍ନ ହୋଟେଲ, ଢାବା, ଲଜ୍, ଫାଷ୍ଟ ଫୁଡ୍ ଦୋକାନରେ ଚଢାଉ କରିଛି ଟାଉନ ଥାନା ପୁଲିସ। ଏହି ଚଢାଉ ସମୟରେ ଅପରେସନ ମୁସ୍କାନ ଅଭିଯାନରେ ପୁଲିସ ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ।
ଏହି ଶିଶୁ ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର କାଶିପୁର, କୋଟାପେଟା, ରାୟଗଡ଼ା ସହରର ବୋଲି ଜଣା ପଡିଛି । ପୁଲିସ ଉଦ୍ଧାର କରିବା ପରେ ସେମାନଙ୍କୁ ଚାଇଲ୍ଡ ଲାଇନରେ ଜିମା ଦିଆଯାଇଛି । ଆଜି ଯାଞ୍ଚ ପରେ ସମସ୍ତଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ସରକାର ପିଲାମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥା ଯୋଗାଇବା ଲାଗି ବହୁ ନିୟମ ପ୍ରଣୟନ କରୁଥିବା ବେଳେ ଏହା କେବଳ ପ୍ରହସନରେ ପରିଣତ ହେଉଛି। ଗୋଟିଏ ପଟେ ସ୍କୁଲରେ ପିଲାଙ୍କ ଦେଖା ମିଳୁ ନ ଥିବା ବେଳେ ପରିବାର ବୋଝ ମୁଣ୍ଡାଇବାକୁ ଯାଇ କଅଁଳ ବୟସରୁ ସେମାନେ ଖଟିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ପୁଣି ମୁଖ୍ୟ ସ୍ରୋତକୁ ଫେରାଇ ଆଣି ଶିକ୍ଷାଦାନ କରିବା ଲାଗି ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।