୧୫ ସହରରେ ୪୦ ଟପିଲା, ଭୁବନେଶ୍ୱରରେ କମିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପ୍ରିଲ୍ ମାସ ଆଜିଠୁ ଆରମ୍ଭ ହୋଇଥିବା ବେଳେ କଲବଲ କରିବା ଆରମ୍ଭ କରିଦେଲାଣି ଖରା। ଯଦିଓ ଗତକାଲି ତୁଳନାରେ ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪.୪ ଡିଗ୍ରୀ ହ୍ରାସ ପାଇଛି, ତଥାପି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏହି ୧୫ଟି ସହର ମଧ୍ୟରୁ ୭ଟିରେ ତାପମାତ୍ରା ୪୨ଟି ଡିଗ୍ରୀ ଉପରେ ରହିଥିବା ବେଳେ ୪ଟିରେ ୪୧ ଡିଗ୍ରୀ ଉପରେ ରହିଛି। […]

Heat Wave

Heat Wave

Jitendra Garnayak
  • Published: Thursday, 01 April 2021
  • Updated: 01 April 2021, 07:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପ୍ରିଲ୍ ମାସ ଆଜିଠୁ ଆରମ୍ଭ ହୋଇଥିବା ବେଳେ କଲବଲ କରିବା ଆରମ୍ଭ କରିଦେଲାଣି ଖରା। ଯଦିଓ ଗତକାଲି ତୁଳନାରେ ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪.୪ ଡିଗ୍ରୀ ହ୍ରାସ ପାଇଛି, ତଥାପି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ଏହି ୧୫ଟି ସହର ମଧ୍ୟରୁ ୭ଟିରେ ତାପମାତ୍ରା ୪୨ଟି ଡିଗ୍ରୀ ଉପରେ ରହିଥିବା ବେଳେ ୪ଟିରେ ୪୧ ଡିଗ୍ରୀ ଉପରେ ରହିଛି। ଉଭୟ ଅନୁଗୋଳ ଓ ତାଳଚେର ସହରରେ ଆଜି ସବୁଠୁ ଅଧିକ ଖରା ଅନୁଭବ ହୋଇଥିଲା। ଏହି ଦୁଇ ସହରରେ ତାପମାତ୍ରା ୪୨.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ବାରିପଦାରେ ତାପମାତ୍ରା ୪୨.୨ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୨.୨, ମାଲକାନଗିରିରେ ୪୨, ବୌଦ୍ଧରେ ୪୨ ଓ ପାରଳାଖେମୁଣ୍ଡିରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସମ୍ବଲପୁରରେ ତାପମାତ୍ରା ୪୧.୪ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧.୫, ଭବାନୀପାଟଣାରେ ୪୧.୬, ନୟାଗଡ଼ରେ ୪୧.୭ ଡିଗ୍ରୀ ରହିଛି।

ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୦.୬ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୦.୭, ଫୁଲବାଣୀରେ ୪୦ ଓ ସୋନପୁରରେ ୪୦.୮ ଡିଗ୍ରୀ ରେକର୍ଡ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ଗତକାଲି ପାରଦ ରେକର୍ଡ ୪୪.୨ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଆଜି ଏହା ୩୯.୮ ଡିଗ୍ରୀକୁ ଖସଛି। ସେହିପରି କଟକରେ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି।

ବାଲେଶ୍ୱରର ତାପାମାତ୍ରା ୩୭.୫ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୯.୬, ପାରାଦୀପରେ ୩୧.୮, ଗୋପାଳପୁରରେ ୩୧.୮, ପୁରୀରେ ୩୩, କେନ୍ଦୁଝରରେ ୩୯.୮, କୋରାପୁଟରେ ୩୭.୫, ଦାରିଙ୍ଗବାଡ଼ିରେ ୩୭, ଛତ୍ରପୁରରେ ୩୪.୫ ଓ ରାୟଗଡ଼ାରେ ୩୯.୮ ଡିଗ୍ରୀ ରେକର୍ଡ ହୋଇଛି।

ସୂଚନାଯୋଗ୍ୟ, ଆସନ୍ତାକାଲିଠୁ କିଛି ଦିନ ପାଇଁ ରାଜ୍ୟରେ ତାପମାତ୍ର ୩ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। କାଲିଠୁ ୪ ଦିନ ଧରି ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ସମୟରେ ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos