କରୋନାକୁ ହରାଇଲା ୧୫ ଦିନର ଶିଶୁ: ଡାକ୍ତର କହିଲେ- ଭଗବାନଙ୍କ ଆଶୀର୍ବାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଆ ଗର୍ଭରୁ ଜନ୍ମ ହୋଇ ଠିକ୍‌ରେ ରାହା ଧରି କାନ୍ଦି ନଥିଲା। ହେଲେ ମହାମାରୀ କରୋନାର ମାୟାଜାଲରେ ଛନ୍ଦି ହୋଇପଡ଼ିଲା। ତା’ ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକ କାଳାହାଣ୍ଡିରୁ ଧାଇଁ ଆସିଥିଲେ ରାଜଧାନୀ ଭୁବନେଶ୍ୱର। ଏଠାରେ ୨୦ ଦିନର ସଂଘର୍ଷ ପରେ କରୋନାକୁ ହରାଇ ସୁସ୍ଥ ହୋଇ ଗୁରୁବାର ଘରକୁ ଫେରିଲା ଶିଶୁ। ଡାକ୍ତର ଓ ମେଡିକାଲ୍‌ ଷ୍ଟାଫ୍‌ଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଭଗବାନଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଛି […]

kalahindi

kalahindi

Manoranjan Sial
  • Published: Friday, 14 May 2021
  • Updated: 14 May 2021, 05:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଆ ଗର୍ଭରୁ ଜନ୍ମ ହୋଇ ଠିକ୍‌ରେ ରାହା ଧରି କାନ୍ଦି ନଥିଲା। ହେଲେ ମହାମାରୀ କରୋନାର ମାୟାଜାଲରେ ଛନ୍ଦି ହୋଇପଡ଼ିଲା। ତା’ ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକ କାଳାହାଣ୍ଡିରୁ ଧାଇଁ ଆସିଥିଲେ ରାଜଧାନୀ ଭୁବନେଶ୍ୱର। ଏଠାରେ ୨୦ ଦିନର ସଂଘର୍ଷ ପରେ କରୋନାକୁ ହରାଇ ସୁସ୍ଥ ହୋଇ ଗୁରୁବାର ଘରକୁ ଫେରିଲା ଶିଶୁ। ଡାକ୍ତର ଓ ମେଡିକାଲ୍‌ ଷ୍ଟାଫ୍‌ଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଭଗବାନଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଶିଶୁକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ପୂରା ଘଟଣା ଏମିତି। କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁର ଅଞ୍ଚଳର ଜଣେ ପ୍ରସୂତି ଛତିଶଗଡ଼ର ରାୟପୁରରେ ଏକ ମେଡିକାଲ୍‌ରେ ପ୍ରସବ କରିଥିଲେ। ପ୍ରସବ ପରେ ପୂରା ପରିବାର ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ପୂରା ପରିବାର ଅସୁସ୍ଥ ହୋଇ ପଡ଼ିଥିଲେ। ଆଉ ତା’ପରେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା।

ରିପୋର୍ଟରେ ଶିଶୁର ମାଆ, ବାପା, ଜେଜେବାପାଙ୍କ ସମେତ ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସମସ୍ତଙ୍କୁ ଭବନୀପାଟଣା ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାରର ସମସ୍ତଙ୍କୁ କରୋନା ହୋଇଥିବାରୁ ୧୫ ଦିନର ଶିଶଠାରୁ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା। ତା’ର ମଧ୍ୟ ପଜିଟିଭ୍‌ ରିପୋର୍ଟ ଆସିଥିଲା।

ତେବେ ଶିଶୁ, ତା’ ବାପା ଓ ଜେଜେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଶିଶୁଟିକୁ ଅଲଗା ଭାବେ ଚିକିତ୍ସା କରାଯାଇଥିଲା। ଶିଶୁ ଠକ୍‌ରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନଥିଲା। ଡାକ୍ତରୀ ଟିମ୍‌ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। ଏଥିସହ ତା’ ଜୀବନ ବଞ୍ଚାଇବା ପାଇଁ ବାପା- ମା’ଙ୍କ ଅନୁମତିରେ ରେମ୍‌ଡେସିଭାର୍‌ ଓ ଷ୍ଟେରଏଡ୍‌ ଦିଆ ଯାଇଥିଲେ।

ଗୋଟିଏ ଛୋଟ ପିଲାଙ୍କୁ ଏସବୁ ଔଷଧ ଦେବା ସରକାରୀ ଭାବେ ଅନୁମତି ନାହିଁ।  ତଥାପି ଜରୁରୀ କାଳୀନ ସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ଆମେ ଏହା ଦେଇଥିଲୁ। ଭେଣ୍ଟିଲେଟରରେ ୧୦ ଦିନ ରହିବା ପରେ ପିଲା ଧୀରେ ଧୀରେ ସୁସ୍ଥ ହେଲା ଓ ମା’ କ୍ଷୀର ଖାଇଲା। ୨୦ ଦିନର ଚିକିତ୍ସା ପରେ ପିଲା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି ବୋଲି ଡାକ୍ତର ଅର୍ଜିତ ମହାପାତ୍ର କହିଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ ଛୋଟ ପିଲାଙ୍କ ପାଇଁ ଟିକା ନାହିଁ। ସମସ୍ତେ ସତର୍କ ହୋଇ ପିଲାମାନଙ୍କୁ ଘରେ ରଖିବା ଦରକାର। ଘରର ବଡ଼ମାନଙ୍କଠାରୁ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ତେଣୁ ବୟସ୍କ ବ୍ୟକ୍ତିମାନେ ଅଧିକ ସତର୍କ ରହିବା ସହ ଟିକା ନେବା ଆବଶ୍ୟକ। ଏହାଛଡ଼ା ଜ୍ୱର, ଥଣ୍ଡା, କାଶ, ଝାଡା ବାନ୍ତି କିମ୍ବା ଶରୀର ଫଳି ଯିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ଶିଶୁଙ୍କ ସଂସ୍ପର୍ଶରେ ଆସୁଥିବା ସେମାନଙ୍କ ମାଆମାନେ ମୁହଁରେ ମାସ୍କ ପିନ୍ଧିବା ଦରକାର। ଏଥିସହ ବାରମ୍ୱାର ହାତ ଧୋଇବା ଦରକାର। କୋଭିଡ୍‌ ପଜିଟିଭ ଥିବା ଶିଶୁର ମା’ ସମସ୍ତ ପ୍ରକାର ସତର୍କତା ମୂଳକ ଅବଲମ୍ବନ କରି ଶିଶୁକୁ ସ୍ତନ୍ୟପାନ କରାଇ ପାରିବେ। ଏବେ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ଟିକା ନେଇ ପାରିବେ। ତେଣୁ ସେମାନେ ମଧ୍ୟ ଟିକା ନେଇ ଯିବା ଦରକାର।

ପିଲାଙ୍କ କ୍ଷେତ୍ରରେରେ ରେମ୍‌ଡେଶିଭ୍‌ର କିମ୍ବା ଷ୍ଟେରଏଡ ଦିଆଯିବା ନେଇ କୌଣସି ଷ୍ଟଡ଼ି ହୋଇନାହିଁ। ତେଣୁ ସେ ଗୁଡିକ ଛୋଟ ପିଲାଙ୍କୁ ଦିଆ ଯିବା ନେଇ ଅନୁମତି ମିଳିନାହିଁ। କେବଳ ଆମେ ଜୀବନ ବଞ୍ଚାଇବା ପାଇଁ ଅତି ଜରୁରୀ କାଳୀନ ସ୍ଥିତିରେ ଦେଉଛୁ ବୋଲି ଡାକ୍ତର ଶ୍ରୀ ଅର୍ଜିତ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story