ରୋଷେଇ କରୁଥିଲେ ଫାଟିଗଲା ଗ୍ୟାସ୍‌, କ’ଣ ହୋଇଛି ଦେଖିବାକୁ ଆସି ୧୫ ଗୁରୁତର

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପଦାମାଳ ଗ୍ରାମରେ ଅଘଟଣ। ରୋଷେଇ ଘରେ ଗ୍ୟାସ୍ ଫାଟି ୧୫ ଗୁରୁତର। ସମସ୍ତଙ୍କୁ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ପଦାମାଳ ଗ୍ରାମ ମାଳିସାହିର ଦଣ୍ଡଧର ସାହୁଙ୍କ ସ୍ତ୍ରୀ ଜହ୍ନ ସାହୁ ରୋଷେଇ ଘରେ ରୋଷେଇ କରୁଥିଲେ। ଏହି ସମୟରେ ଗ୍ୟାସ ଟାଙ୍କି ଲିକ ହୋଇ ନିଆଁ ଲାଗି ଯିବାକୁ ଜହ୍ନ ଡାକ […]

gas

  • Published: Friday, 16 September 2022
  • , Updated: 16 September 2022, 10:10 PM IST

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପଦାମାଳ ଗ୍ରାମରେ ଅଘଟଣ। ରୋଷେଇ ଘରେ ଗ୍ୟାସ୍ ଫାଟି ୧୫ ଗୁରୁତର। ସମସ୍ତଙ୍କୁ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ପଦାମାଳ ଗ୍ରାମ ମାଳିସାହିର ଦଣ୍ଡଧର ସାହୁଙ୍କ ସ୍ତ୍ରୀ ଜହ୍ନ ସାହୁ ରୋଷେଇ ଘରେ ରୋଷେଇ କରୁଥିଲେ। ଏହି ସମୟରେ ଗ୍ୟାସ ଟାଙ୍କି ଲିକ ହୋଇ ନିଆଁ ଲାଗି ଯିବାକୁ ଜହ୍ନ ଡାକ ପକାଇଥିଲେ। ପାଟି ଶୁଣି ଗ୍ରାମର କିଛି ଲୋକ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଉପସ୍ଥିତ ୧୫ ଜଣ ଆହତ ହୋଇଥିଲେ। ସମସ୍ତଙ୍କ ମୁହଁ ଠାରୁ ପାଦ ପର୍ଯ୍ୟନ୍ତ ନିଆଁରେ ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଛି।

ବାଲିଝରି ଅଗ୍ନିଶମ ବାହିନୀ ଖବର ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିଥିବା ଘରେ ପାଣି ପକାଥିଲା। ଆହତଙ୍କୁ ବିଭିନ୍ନ ଗାଡ଼ି ଓ ବାଇକ୍ ଯୋଗେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ସେଠାରେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି। କାନପୁର ପୁଲିସ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି।

Related story