ରାଜ୍ୟର କାରଖାନାରେ ଦୁର୍ଘଟଣା: ସାଢ଼େ ୩ ବର୍ଷରେ ୧୫୧ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସୁରକ୍ଷିତ ପରିବେଶରେ କାର୍ଯ୍ୟ କରି ଶ୍ରମିକମାନେ ପୋକମାଛି ପରି ପ୍ରାଣ ହରାଉଛନ୍ତି । ଆଉ କମ୍ପାନୀ ବା କାରଖାନାଗୁଡ଼ିକର ପ୍ରଭାବରେଏସବୁ ଖବର ଲୋକଲୋଚନ ଆଢ଼ୁଆଳରେ ରହିଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଉପଯୁକ୍ତ ତଦାରଖ ଅଭାବ ତଥା କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାରବାର ଯୋଗୁ ନିରୀହ ଶ୍ରମିକଙ୍କୁ ଜୀବନ ହରାଇବାକୁ ପଡ଼ିଛି । ଗତ ସାଢ଼େ ୩ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ କାରଖାନାରେ ଦୁର୍ଘଟଣା ଘଟି ମୋଟ ୧୫୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪୯ଜଣ […]

assembly

assembly

Ordigital Desk
  • Published: Wednesday, 27 July 2022
  • Updated: 27 July 2022, 10:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସୁରକ୍ଷିତ ପରିବେଶରେ କାର୍ଯ୍ୟ କରି ଶ୍ରମିକମାନେ ପୋକମାଛି ପରି ପ୍ରାଣ ହରାଉଛନ୍ତି । ଆଉ କମ୍ପାନୀ ବା କାରଖାନାଗୁଡ଼ିକର ପ୍ରଭାବରେଏସବୁ ଖବର ଲୋକଲୋଚନ ଆଢ଼ୁଆଳରେ ରହିଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଉପଯୁକ୍ତ ତଦାରଖ ଅଭାବ ତଥା କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାରବାର ଯୋଗୁ ନିରୀହ ଶ୍ରମିକଙ୍କୁ ଜୀବନ ହରାଇବାକୁ ପଡ଼ିଛି । ଗତ ସାଢ଼େ ୩ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ କାରଖାନାରେ ଦୁର୍ଘଟଣା ଘଟି ମୋଟ ୧୫୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪୯ଜଣ ଆହତ ହୋଇଛନ୍ତି ।

ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, ରାଜ୍ୟର ବିଭିନ୍ନ କାରଖାନାରେ ଦୁର୍ଘଟଣା ଘଟି ୨୦୧୯ ମସିହାରେ ମୋଟ ୩୨ଜଣ ଶ୍ରମିକଙ୍କ ମୃତ୍ୟୁ ଓ ୪୨ଜଣ ଆହତ ହୋଇଥିବାବେଳେ ୨୦୨୦ ମସିହାରେ ୪୭ଜଣଙ୍କ ମୃତ୍ୟୁ ଓ ୫୪ଜଣ ଆହତ, ୨୦୨୧ରେ ୩୬ଜଣଙ୍କ ମୃତ୍ୟୁ ଓ ୩୫ଜଣ ଆହତ, ୨୦୨୨ ମସିହା ଅଦ୍ୟାବଧି ୩୬ଜଣଙ୍କ ମୃତ୍ୟୁ ଓ ୧୮ଜଣ ଆହତ ହୋଇଛନ୍ତି । ଏହି ସାଢ଼େ ୩ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୪ଜଣ ଶ୍ରମିକ, ସମ୍ବଲପୁର ଜିଲ୍ଲାରେ ୨୧ଜଣ, ଅନୁଗୁଳ ଜିଲ୍ଲାରେ ୧୫ଜଣ, ସମ୍ବଲପୁର ଜିଲ୍ଲାରେ ଯାଜପୁର ଜିଲ୍ଲାରେ ୯ଜଣଙ୍କର, ଝାରସୁଗୁଡ଼ା ଜିଲ୍ଲାରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସେହିପରି ଗତ ୨୦୧୯-୨୦ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ୧୭୩୬୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କର ମନୋନୀତି ବ୍ୟକ୍ତି ବା ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ମୋଟ ୨୭୨.୧୮କୋଟି ଟଙ୍କା ପ୍ରଦାନ କରାଯାଇଛି । କଟକ ଜିଲ୍ଲାରେ ସର୍ବାଧିକ ୧୪୨୯ଜଣଙ୍କୁ ୧୮.୩୧ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ୬୯୭ଜଣଙ୍କୁ ୧୦.୭୪କୋଟି ଟଙ୍କା, ବରଗଡ଼ ଜିଲ୍ଲାରେ ୬୧୩ଜଣଙ୍କୁ ୧୦.୪୬ କୋଟି ଟଙ୍କା, ନୂଆପଡ଼ାରେ ୬୭୪ଜଣଙ୍କୁ ୧୧.୧୨କୋଟି ଟଙ୍କା, ଖୋର୍ଦ୍ଧା ଜିଲ୍ଲାରେ ୬୬୬ଜଣଙ୍କୁ ୧୩.୨୯କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ ଆଜି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos