ରାଜ୍ୟରେ ଖୋଲିବ ୧,୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୋଲିବ ନୂଆ ୧୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର। ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦେଇ  ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଥିବା  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଜନଜାତି ଓ ଅପପୁଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ଏହି ଅଙ୍ଗନବାଡ଼ି ଖୋଲିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଜାଗା ସମସ୍ୟା ଥିଲେ, ଜିଲ୍ଲାପାଳ ଜାଗା ଚିହ୍ନଟ କରିବେ । ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର […]

Anganwadi Centre

Anganwadi Centre

Niharika Rout
  • Published: Saturday, 27 March 2021
  • Updated: 27 March 2021, 01:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୋଲିବ ନୂଆ ୧୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର। ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦେଇ  ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଥିବା  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

ଜନଜାତି ଓ ଅପପୁଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ଏହି ଅଙ୍ଗନବାଡ଼ି ଖୋଲିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଜାଗା ସମସ୍ୟା ଥିଲେ, ଜିଲ୍ଲାପାଳ ଜାଗା ଚିହ୍ନଟ କରିବେ । ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ୭ ଲକ୍ଷ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ମନରେଗାରେ ୫ ଲକ୍ଷ ଓ ରାଜ୍ୟ ସରକାରଙ୍କ ଅର୍ଥରୁ ୨ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି   ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

ତେବେ ରାଜ୍ୟରେ ୭ ହଜାର ୮୪୪ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ଯୋଜନା ହୋଇଥିଲା । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ତର୍ଜମା କରି ରିପୋର୍ଟ ଦେବାକୁ କହି କେନ୍ଦ୍ର ଫେରାଇ ଦେଇଥିଲା ।

ରାଜ୍ୟରେ ମହିଳା ଓ ଶିଶୁ ବିକାଶ ସଂପର୍କିତ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି।  ଏଥିଲାଗି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ତା ଛଡ଼ା ଆହୁରି ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ପଦକ୍ଷେପ ନିଆଯାଇଛି । ଏବେ ରାଜ୍ୟରେ ୬୨ ହଜାର ୧୭୧ଟି ଅଙ୍ଗନବାଡ଼ି ଓ ୧୦ ହଜାର ୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos