ଅଜଣା ଜ୍ୱରରେ ଦୁଇ ମାସରେ ଗଲାଣି ୧୫ ଜୀବନ

ମୁନିଗୁଡ଼ା ( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍କ ଦେଖାଦେଇଛି । ଏହି ଜ୍ୱରରେ ଗତ ଦୁଇ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଟିକରପଡ଼ାରେ ଏବେବି ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେବା ସହ ପେଟ ବ୍ୟଥା […]

6777

Tapaswini Nayak
  • Published: Wednesday, 22 April 2020
  • , Updated: 22 April 2020, 09:41 AM IST

ମୁନିଗୁଡ଼ା ( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍କ ଦେଖାଦେଇଛି । ଏହି ଜ୍ୱରରେ ଗତ ଦୁଇ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

ଟିକରପଡ଼ାରେ ଏବେବି ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେବା ସହ ପେଟ ବ୍ୟଥା ଓ ଭୀଷଣ ଜ୍ୱର ହେଉଥିବା ଲକ୍ଷଣ ଦେଖାଯାଉଛି।

ବିଷମକଟକସ୍ଥିତ ଘରୋଇ ମେଡିକାଲରେ କେତେ ଜଣ ରୋଗୀଙ୍କ ପରୀକ୍ଷା ପରେ ଡେଙ୍ଗୁ ହୋଇଥିବା ରିପୋର୍ଟ ମିଳିଛି ସେପଟେ ଡେଙ୍ଗୁ ରିପୋର୍ଟ ବାହାରିବା ଖବର ପାଇ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ତତ୍ପରତା ପ୍ରକାଶ କରିଛି।

ଏକ ମେଡିକାଲ ଟିମ୍, ମୁନିଗୁଡ଼ା ମେଡିକାଲ ଅଫିସର, ବିଡିଓ, ତହସିଲଦାର ଟିକରପଡ଼ାରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି । ଘର ଘର ବୁଲି ପରିଷ୍କାର ପରିଚ୍ଛନ ରହିବାକୁ ଲୋକଙ୍କୁ ବୁଝାଉଛନ୍ତି ।

Related story