ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଅପେକ୍ଷାରେ ୧୬ଲକ୍ଷ ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୁଣା ଗାଡ଼ିଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ଅବଧିକୁ ୨୦୨୩ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ବୃଦ୍ଧି କରିଛନ୍ତି । ତେବେ ଯେଉଁ ସବୁ ଗାଡ଼ିର ଶେଷ ନମ୍ବର ୧,୨,୩ ଓ ୪ ରହିଛି ସେଥିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର(ଏଚଏସଆରପି) ଚଳିତ ନଭେମ୍ବର ମାସ ୩୦ତାରିଖ ପୂର୍ବରୁ ଲଗାଇବାକୁ ଗାଡ଼ି ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହିତ ସ୍ଲଟ ବୁକିଂ ରାଜ୍ୟର ପ୍ରାୟ ୧୬ଲକ୍ଷରୁ ଅଧିକ ଗାଡ଼ି ଏବେ ହାଇସିକ୍ୟୁରିଟି […]

number plate

number plate

Ordigital Desk
  • Published: Tuesday, 15 November 2022
  • Updated: 15 November 2022, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୁଣା ଗାଡ଼ିଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ଅବଧିକୁ ୨୦୨୩ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ବୃଦ୍ଧି କରିଛନ୍ତି । ତେବେ ଯେଉଁ ସବୁ ଗାଡ଼ିର ଶେଷ ନମ୍ବର ୧,୨,୩ ଓ ୪ ରହିଛି ସେଥିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର(ଏଚଏସଆରପି) ଚଳିତ ନଭେମ୍ବର ମାସ ୩୦ତାରିଖ ପୂର୍ବରୁ ଲଗାଇବାକୁ ଗାଡ଼ି ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହିତ ସ୍ଲଟ ବୁକିଂ ରାଜ୍ୟର ପ୍ରାୟ ୧୬ଲକ୍ଷରୁ ଅଧିକ ଗାଡ଼ି ଏବେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ଅପେକ୍ଷାରେ ରହିଛନ୍ତି ।

ଆଜି ରାଜ୍ୟ ପରିବହନ ଯୁଗ୍ମ କମିଶନର ଦୀପ୍ତିରଞ୍ଜନ ପାତ୍ର ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ନଭେମ୍ବର ୧୪ତାରିଖ ସୁଦ୍ଧା ରାଜ୍ୟର ମୋଟ ୩୧ଲକ୍ଷ ୨୫ହଜାର ୨୩୬ଟି ଗାଡ଼ିର ମାଲିକ ନିଜର ସ୍ଲଟ ବୁକିଂ କରିଛନ୍ତି । ସେଥିରୁ ୧୫ଲକ୍ଷ ୩୦ହଜାର ୫୭୬ଟି ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ସାରିଛି । ଗାଡ଼ି ମାଲିକଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ୩ଥର ଏହି ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଗାଡ଼ି ମାଲିକମାନଙ୍କ ପାଖରେ ଇଂଟରନେଟର ସୁବିଧା ନାହିଁ ଅବା ଇଂଟରନେଟ୍ ଚଳାଇ ଜାଣିନାହାନ୍ତି ସେମାନେ ନିକଟସ୍ଥ ମୋ ସେବା କେନ୍ଦ୍ର ନଚେତ୍ ଆରଟିଓରେ ଥିବା ଏଚଏସଆରପି ସୁବିଧା କେନ୍ଦ୍ରକୁ ଯାଇ ଏହି ସ୍ଲଟ ବୁକିଂ କରିପାରିବେ ।

ଗାଡ଼ି ମାଲିକଙ୍କ ସୁବିଧା ନିମନ୍ତେ ପରିବହନ କର୍ତ୍ତୃପକ୍ଷ ସଂଶୋଧିତ ଅବଧି ଧାର୍ଯ୍ୟ କରିଛନ୍ତି । ଯେଉଁ ଗାଡ଼ିଗୁଡ଼ିକର ଶେଷ ନମ୍ବର ୧,୨,୩,୪ ରହିଛି ସେସବୁରେ ହାଇସିକ୍ୟୁରିଟି ନମ୍ବର ୩୦ତାରିଖ ସୁଦ୍ଧା ଲାଗିଯିବା ଜରୁରୀ । ସେହିପରି ଶେଷ ନମ୍ବର ୫ ଓ ୬ ଥିବା ଗାଡ଼ିରେ ହାଲସିକ୍ୟୁରିଟି ନମ୍ବର ପ୍ଲେଟ୍ ଡିସେମ୍ବର ୩୧ସୁଦ୍ଧା, ଶେଷ ନମ୍ବର ୭ ଓ ୮ ଥିବା ଗାଡ଼ିରେ ହାଇସିକୁରିଟି ନମ୍ବର ପ୍ଲେଟ୍ ୨୦୨୩ ଜାନୁୟାରୀ ୩୧ ସୁଦ୍ଧା ଏବଂ ଶେଷ ନମ୍ବର ୯ ଓ ୦ ଥିବା ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ୨୦୨୩ ଫେବୃୟାରୀ ୨୮ତାରିଖ ସୁଦ୍ଧା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜିକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos