୧୬ ନାଗ ସାପ ଛୁଆ ଉଦ୍ଧାର

ଆଳି (ବନମାଳି): ପୁଣି ବାହାରିଲା ନାଗ ସାପ ଛୁଆ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେସାହି ଗାଁର ଅନିରୁଦ୍ଧ ଜେନାଙ୍କ ଘର ପଛପଟୁ ୧୬ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ଆଜି ସକାଳେ ଘର ପଛପଟେ ନାଗ ସାପ ଛୁଆ ବୁଲୁଥିବା ଅନିରୁଦ୍ଧ ଦେଖିଥିଲେ। ଏନେଇ ସେ ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଫୋନ୍ କରିଥିଲେ। ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟମାନେ ପହଞ୍ଚି  ନାଗସାପ ଛୁଆଙ୍କୁ ଉଦ୍ଧାର କରିଥିଲେ। ତେବେ ନାଗ ସାପ ଛୁଆ ବାହାରିବା […]

snake

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 01:49 PM IST

ଆଳି (ବନମାଳି): ପୁଣି ବାହାରିଲା ନାଗ ସାପ ଛୁଆ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେସାହି ଗାଁର ଅନିରୁଦ୍ଧ ଜେନାଙ୍କ ଘର ପଛପଟୁ ୧୬ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ଆଜି ସକାଳେ ଘର ପଛପଟେ ନାଗ ସାପ ଛୁଆ ବୁଲୁଥିବା ଅନିରୁଦ୍ଧ ଦେଖିଥିଲେ।

ଏନେଇ ସେ ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଫୋନ୍ କରିଥିଲେ। ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟମାନେ ପହଞ୍ଚି  ନାଗସାପ ଛୁଆଙ୍କୁ ଉଦ୍ଧାର କରିଥିଲେ। ତେବେ ନାଗ ସାପ ଛୁଆ ବାହାରିବା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Related story