ରାତି ଅଧରେ ନାବାଳକ ଗାଏବ, ତାତିଲେ ଗାଁ ଲୋକେ

ମାଲକାନଗିରି(ଜିତେନ୍ଦ୍ର ବେଉରା):  ମାଲକାନଗିରି ଜିଲ୍ଲା ଏମଭି-୭୨ ଗାଁର ଜଣେ ୧୬ ବର୍ଷୀୟ ନାବାଳକ ନିଖୋଜ ହେବାକୁ ନେଇ ଦେଖାଦେଇଛି ଉତ୍ତେଜନା।  ନାବାଳକଜଣକ ଜୀବନ ଅଛି ନା ତାକୁ ହତ୍ୟା କରାଯାଇଛି, ଏହାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଗତ ରାତିରେ ରାସ୍ତା ଅବରୋଧ କରିଥିଲେ ଗାଁ ଲୋକେ। ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । କିନ୍ତୁ ଚାପା ଉତ୍ତେଜନା ଲାଗି ରହିଛି । ସୂଚନା ଅନୁସାରେ, ନାବାଳକ ଜଣକ ଏକ ମୋବାଇଲ […]

fire

Niharika Rout
  • Published: Thursday, 02 June 2022
  • , Updated: 02 June 2022, 11:29 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା):  ମାଲକାନଗିରି ଜିଲ୍ଲା ଏମଭି-୭୨ ଗାଁର ଜଣେ ୧୬ ବର୍ଷୀୟ ନାବାଳକ ନିଖୋଜ ହେବାକୁ ନେଇ ଦେଖାଦେଇଛି ଉତ୍ତେଜନା।  ନାବାଳକଜଣକ ଜୀବନ ଅଛି ନା ତାକୁ ହତ୍ୟା କରାଯାଇଛି, ଏହାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଗତ ରାତିରେ ରାସ୍ତା ଅବରୋଧ କରିଥିଲେ ଗାଁ ଲୋକେ। ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । କିନ୍ତୁ ଚାପା ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁସାରେ, ନାବାଳକ ଜଣକ ଏକ ମୋବାଇଲ ଦୋକାନରେ କାମ କରୁଥିଲା।  ସେହି ଦୋକାନ ମାଲିକଙ୍କ ଝିଅ ସହ ନାବାଳକର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତକାଲି ରାତି ହୋଇଯିବାରୁ ନାବାଳକଜଣକ ନିଜ ସାଙ୍ଗ ପାଖରେ ଶୋଇପଡିଥିଲା।  କିନ୍ତୁ ରାତି ଅଧରେ ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିବା ବେଳେ ଆଉ ତା’ର ପତ୍ତା ମିଳୁନି । ଏହାପରେ ଗାଁ ଲୋକେ ଏମଭି-୭୨ ଗାଁକୁ ଆସି ବ୍ୟବସାୟୀ ହିଁ ନାବାଳକକୁ ଡାକି ନିସ୍ତୁକ ମାଡ଼ ମାରିବା ପରେ  କେଉଁଆଡେ ଗାଏବ୍ କରିଥିବା ଅଭିଯୋଗରେ ରାସ୍ତା ଅବରୋଧ କରିଥିଲେ  ।

ଏନେଇ ଆନ୍ଦୋଳନକାରୀ ଗ୍ରାମବାସୀ କହିଛନ୍ତି,  ଆମ ଗାଁ ପିଲାଟି ମାଟ୍ରିକ ପରୀକ୍ଷା ଦେଇଥିଲା। ଏକ  ଝିଅ ସହ ତାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଝିଅଟି ତାକୁ ଫୋନ କରି ଡାକିଥିଲା। ଏହାପରେ ପୁଅ ତା’ ଘରକୁ ଆସିଥିଲା। ଉଭୟ କଥା ହେଉଥିବାବେଳେ ଝିଅର ବାପା ଏହା ଦେଖି ଦେଇଥିଲେ। ଏହାପରେ ସେ ଝିଅକୁ ନେଇ ଏକ ରୁମ୍‌ରେ ବନ୍ଦ କରି ରଖିବା ସହ ଆମ ପିଲାକୁ ମାରଧର କରିଛି। ନାବାଳକଜଣକ ଏବେ କେଉଁଠି ଅଛି, ତାକୁ ହତ୍ୟା କରାଯାଇଛି କି କ’ଣ ଆମକୁ ସ୍ପଷ୍ଟ ସୂଚନା ଦରକାର।

ପ୍ରଥମେ ପ୍ରଥମେ  ପୁଲିସ୍‌ ମାମଲା ରୁଜୁ କରୁ ନ ଥିବା ବେଳେ ପରେ ଶତାଧିକ ଗ୍ରାମବାସୀଙ୍କୁ ଦେଖି ମାମଲା ରୁଜୁ କରିଛି।  ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।  ପୁଲିସ୍‌ ଦୀର୍ଘ ସମୟ ବୁଝାସୁଝା କରିବା ପରେ  ଗାଁ ଲୋକେ ଧାରଣାରୁ ହଟିଥିବା ଜଣାଯାଇଛି। ତେବେ ତୁରନ୍ତ ନାବାଳକକୁ ଖୋଜି ବାହାର କରିବାକୁ ସେମାନେ ଦାବି ଜଣାଇଛନ୍ତି ।

Related story