୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୧୬୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୮ ଜିଲ୍ଲାରୁ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରେ ୧୫୦ ଜଣ ଥିବା ବେଳେ ୧୭ଟି ହେଉଛି ଲୋକାଲ କେସ୍‌। ଗଜପତି  ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। COVID-19 REPORT FOR 22nd JUNE New positive Cases: 167 In quarantine: 150 Local contacts: 17 (Details of […]

COrona-7-(1)

Niharika Rout
  • Published: Tuesday, 23 June 2020
  • , Updated: 23 June 2020, 11:10 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୮ ଜିଲ୍ଲାରୁ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରେ ୧୫୦ ଜଣ ଥିବା ବେଳେ ୧୭ଟି ହେଉଛି ଲୋକାଲ କେସ୍‌। ଗଜପତି  ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂତନ ୧୬୭ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୩୦, ଜଗତସିଂପୁରରୁ ୧୯ ଓ ମୟୂରଭଞ୍ଜରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୩ , ଖୋର୍ଦ୍ଧାରୁ ୮, କେନ୍ଦ୍ରାପଡ଼ାରୁ ୭ , ରାୟଗଡ଼ା ଓ ଯାଜପୁରରୁ ୫ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳରୁ ୯, ସୁନ୍ଦରଗଡ଼ରୁ ୪ , ଝାରସୁଗୁଡ଼ା,କଟକରୁ ୩ ଲେଖାଏ ଚିହ୍ନଟ, ନୟାଗଡ଼, କୋରାପୁଟରୁ ୨ ଲେଖାଏ ଚିହ୍ନଟ ଓ ବଲାଙ୍ଗିର, ବରଗଡ଼, ପୁରୀରୁ ୧ ଜଣ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚି ଯାଇଛି।  ସେମାନଙ୍କ ମଧ୍ୟରୁ  ୩୮୬୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୫୮୩  ଜଣ ଚିକିତ୍ସାଧୀନ ଅଛନ୍ତି।

Related story