ଅନୁସୂଚିତ ଜନଜାତିରେ ୧୬୯, ପଛୁଆ ବର୍ଗରେ ୪୬ ଜାତି ସାମିଲ ଅପେକ୍ଷାରେ: ମନ୍ତ୍ରୀ ଜାଣିନାହାନ୍ତି ଅନୁସୂଚିତ ଜାତି ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ୧୬୯ଟି ସମୁଦାୟ ଏବେ ଅନୁସୂଚିତ ଜନଜାତି ବର୍ଗରେ ଓ ୪୬ଟି ଜାତି ପଛୁଆ ବର୍ଗ ତାଲିକାରେ ସାମିଲ ହେବାକୁ ଆବେଦନ କରିଛନ୍ତି । ଆଉ ଏପଟେ ରାଜ୍ୟରେ କେତେ ସଂଖ୍ୟକ ଜାତି ଏବେ ଅନୁସୂଚିତ ଜାତି ବର୍ଗରେ ଅଛନ୍ତି ତାହା ରାଜ୍ୟ ଅନୁସୂିଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଜଣାନାହିଁ । ଏପରିକି ବିଧାନସଭାରେ ସେ ଏ ସଂକ୍ରାନ୍ତରେ ଭିନ୍ନ ଭିନ୍ନ ତଥ୍ୟ ରଖିବାକୁ ପଛାଇ ନାହାନ୍ତି । ବିଜେଡି […]

ST

ST

Ordigital Desk
  • Published: Saturday, 23 July 2022
  • Updated: 24 July 2022, 09:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ୧୬୯ଟି ସମୁଦାୟ ଏବେ ଅନୁସୂଚିତ ଜନଜାତି ବର୍ଗରେ ଓ ୪୬ଟି ଜାତି ପଛୁଆ ବର୍ଗ ତାଲିକାରେ ସାମିଲ ହେବାକୁ ଆବେଦନ କରିଛନ୍ତି । ଆଉ ଏପଟେ ରାଜ୍ୟରେ କେତେ ସଂଖ୍ୟକ ଜାତି ଏବେ ଅନୁସୂଚିତ ଜାତି ବର୍ଗରେ ଅଛନ୍ତି ତାହା ରାଜ୍ୟ ଅନୁସୂିଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଜଣାନାହିଁ । ଏପରିକି ବିଧାନସଭାରେ ସେ ଏ ସଂକ୍ରାନ୍ତରେ ଭିନ୍ନ ଭିନ୍ନ ତଥ୍ୟ ରଖିବାକୁ ପଛାଇ ନାହାନ୍ତି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଅନୁସୂଚିତ ଜାତି ସଂଖ୍ୟା ୯୧ ବୋଲି କହିଥିବାବେଳେ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କୁ ୯୩ଟି ଜାତି ଅନୁସୂଚିତ ଜାତି ତାଲିକାରେ ସାମିଲ ଥିବା କହିଛନ୍ତି ।
ଅନୁସୂଚିତ ଜାତି,ଜନଜାତି ଉନ୍ନୟନ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ସାରକା ଆଜି ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ, ତାରାପ୍ରସାଦ ବାହିନୀପତି, ମନୋହର ରନ୍ଧାରୀ, ରମେଶ ଚନ୍ଦ୍ର ସାଏଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ଏବେ ୧୬୯ଟି ସମ୍ପ୍ରଦାୟ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ହେବା ପାଇଁ ଆବେଦନ କରି ପ୍ରତୀକ୍ଷାରେ ଅଛନ୍ତି । ରାଜ୍ୟ ସରକାର ସୁପାରିଶ କରିଥିବା ୧୬୯ଟି ପ୍ରସ୍ତାବର ପୁନର୍ବିଚାର କରି ଯଥାଶୀଘ୍ର ସେମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଫେବୃୟାରୀ ୧୯ତାରିଖରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାପରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇ ୧୬୯ଟି ସମୁଦାୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଉକ୍ତ ସମ୍ପ୍ରଦାୟଗୁଡ଼ିକ ଉପରେ ଗବେଷଣା ରିପୋର୍ଟକୁ ୨୦୨୨ ମେ’ ୨୫ତାରିଖରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ପଠାଯାଇଛି ।
ସେହିପରି ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ରାଜ୍ୟ ପଛୁଆବର୍ଗ ତାଲିକାରେ ସାମିଲ ହେବା ପାଇଁ ୪୬ଟି ଜାତି ଏବେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି । ଉକ୍ତ ଆବେଦନଗୁଡ଼ିକ ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ରାଜ୍ୟରେ ଏବେ ମୋଟ ୧୯୮ଟି ଜାତି ଅନ୍ୟାନ୍ୟ ପଛୁଆ ବର୍ଗରେ ସାମିଲ ଥିବାବେଳେ ୬୨ଟି ସମୁଦାୟ ଅନୁସୂଚିତ ଜନଜାତି ତାଲିକାରେ ଓ ୯୧ଟି ଜାତି ଅନୁସୂଚିତ ଜାତି ତାଲିକାରେ ସାମିଲ ଅଛନ୍ତି ।
ତେବେ ମନୋହର ରନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଏବେ ୯୩ଟି ଜାତି ଅନୁସୂଚିତ ଜାତି ତାଲିକାରେ ଥିବାବେଳେ ୫ଟି ସଂଖ୍ୟାଲଘୁ ସମୁଦାୟ ଅଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ବିଧାନସଭାରେ ମନ୍ତ୍ରୀ ଶ୍ରୀ ସାରକା କିଭଳି ଅନୁସୂଚିତ ଜାତି ସଂଖ୍ୟାକୁ ଭିନ୍ନ ଭିନ୍ନ ବୋଲି ନିଜ ଦଳର ଦୁଇ ବିଧାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବିଧାନସଭାରେ ଏଭଳି ବିଭ୍ରାନ୍ତିକର ଉତ୍ତର ଦେବା ପୂର୍ବରୁ କାହିଁକି ତାକୁ ଯାଂଚ କରାଯାଇ ନଥିଲା ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story