ଭୟଙ୍କର ସ୍ଥିତିରେ କରୋନା, ରେଡ୍ ଜୋନରେ ରାଜ୍ୟର ୧୭ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁ ଆଜି ରାଜ୍ୟର ୧୭ଟି ଜିଲ୍ଲା ରେଡ୍ ଜୋନ୍ ଚିହ୍ନଟ ହୋଇଛି। ଆଜି ୮୬୮୧ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟରେ ଏବେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୬୯୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ଏବେ ୧୭ଟି […]

odisha

odisha

Ordigital Desk
  • Published: Friday, 30 April 2021
  • Updated: 30 April 2021, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁ ଆଜି ରାଜ୍ୟର ୧୭ଟି ଜିଲ୍ଲା ରେଡ୍ ଜୋନ୍ ଚିହ୍ନଟ ହୋଇଛି। ଆଜି ୮୬୮୧ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟରେ ଏବେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୬୯୮ରେ ପହଂଚିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ଏବେ ୧୭ଟି ଜିଲ୍ଲାରେ ସକ୍ରିୟ କରୋନା ସଂକ୍ରମିତଙ୍କ ରୋଗୀଙ୍କ ଏକ ହଜାରରୁ ଅଧିକ ରହିଛି। ଏହି ୧୭ଟି ଜିଲ୍ଲାରେ ରାଜ୍ୟର ମୋଟ ୮୪ ପ୍ରତିଶତ କରୋନା ରୋଗୀ ରହିଛନ୍ତି । ମୋଟ ସକ୍ରିୟ ସଂକ୍ରମିତ ୬୧୬୯୮ଜଣ ଥିବାବେଳେ ଏହି ୧୭ ଜିଲ୍ଲାରେ ୫୨୧୩୪ଜଣ ସଂକ୍ରମିତ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲା(ଭୁବନେଶ୍ୱରକୁ ମିଶାଇ)ରେ ସର୍ବାଧିକ ୧୧,୦୧୭ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ସୁନ୍ଦରଗଡ଼ରେ ୬୧୫୧, କଟକରେ ୪୦୦୮, କଳାହାଣ୍ଡିରେ ୩୩୦୫ଜଣ, ଝାରସୁଗୁଡ଼ାରେ ୩ହଜାର, ବରଗଡ଼ରେ ୨୮୮୧, ନୂଆପଡ଼ାରେ ୨୬୬୪ଜଣ, ପୁରୀରେ ୨୫୯୭ଜଣ, ଯାଜପୁରରେ ୧୮୮୮ଜଣ ଓ ସମ୍ବଲପୁରରେ ୨୫୪୧ଜଣ ସକ୍ରିୟ ସଂକ୍ରମିତ ଏବେ ରହିଛନ୍ତି । ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏଭଳି ଦ୍ରୁତ ଗତିରେ ବୃଦ୍ଧି ପାଇ ରେଡ୍ ଜୋନ୍ ଜିଲ୍ଲା ସଂଖ୍ୟା ୧୦ରୁ ୧୭ରେ ପହଂଚିଛି।

ଏପଟେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମସ୍ତଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଇଛନ୍ତି । ଅତି ଗୁରୁତର ନହେଲେ ହସ୍ପିଟାଲରେ ଭର୍ତ୍ତି ନହେବାକୁ କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ହସ୍ପିଟାଲର ବେଡ୍ ଗୁଡ଼ିକ କେବଳ ଗୁରୁତର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ହେଉ। ଯଦି ଜରୁରୀ ନାହିଁ ତା’ହେଲେ ସଂକ୍ରମିତ ବ୍ୟକ୍ତି ହସ୍ପିଟାଲ ନଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଯେଉଁମାନେ କରୋନା ସଂକ୍ରମିତ ହେଉଛନ୍ତି ଓ ସେମାନଙ୍କର ଅକ୍ସିଜେନ୍ ସ୍ତର ୯୨ରୁ ୯୫% ମଧ୍ୟରେ ରହୁଛି ସେମାନେ ଘରେ ରହି ଚିକିତ୍ସିତ ହେବା ଉଚିତ୍ । କେବଳ ବହୁବିଧ ରୋଗ ଥିବା ବ୍ୟକ୍ତିମାନଙ୍କର ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି ଓ ସେମାନେ ହସ୍ପିଟାଲରେ ଭର୍ତ୍ତି ହେବା ଉଚିତ୍। ଘରେ ରହି ଚିକିିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ୨୪ଘଣ୍ଟିଆ ଡାକ୍ତରୀ ଟିମ୍ ପରାମର୍ଶ ଦେବାକୁ ରହିଛନ୍ତି। ଯେଉଁ ରୋଗୀମାନଙ୍କର ହସ୍ପିଟାଲ ଆସିବା ଜରୁରୀ ହେବ, ସରକାର ସେମାନଙ୍କ ଘରକୁ ଆମ୍ବୁଲାନ୍ସ ପଠାଇ ଆଣିବାର ବ୍ୟବସ୍ଥା କରୁଛନ୍ତି।

ଏବେ ରାଜ୍ୟରେ ମୋଟ ୫୨୧୭ଜଣ କୋଭିଡ୍ ସଂକ୍ରମିତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୨୬ଜଣ ଆଇସିୟୁରେ ଅଛନ୍ତି । ୩୭୯୧ଜଣ ସାଧାରଣ ବେଡରେ ଅଛନ୍ତି। କରୋନା ରୋଗୀଙ୍କ ପାଇଁ ଏବେ ମୋଟ୍ ସାଧାରଣ ବେଡ୍‌ର ୪୪% ଓ ଆଇସିୟୁ ବେଡର ୬୯% ଭର୍ତ୍ତି ଅଛି। ୨୭୦ଜଣ ରୋଗୀ ଭେଣ୍ଟିଲେଟର ସହଯୋଗରେ ରହିଛନ୍ତି । ରାଜ୍ୟ ସରକାର ଏବେସୁଦ୍ଧା ୪୦ହଜାର ଅକ୍ସିଜେନଯୁକ୍ତ ବେଡ୍ ବ୍ୟବସ୍ଥା କରିଛନ୍ତି ଓ ଗୁରୁତ୍ୱପୂର୍ଣ୍ଣ ମେଡିସିନ୍‌ର ମଧ୍ୟ ଅଭାବ ନାହିଁ । ଭାରତରେ ଏବେ କୋଭିଡ୍ ସ୍ଥିତି ଅଧିକ ଭୟାବହ ହେଉଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story