ଗଞ୍ଜାମରେ ୧୭୦ ଯୋଦ୍ଧା ‘କରୋନା’ରେ ଆକ୍ରାନ୍ତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି ‘କରୋନା’ ସଂକ୍ରମଣ। ଏଯାବତ ଜିଲ୍ଲାରେ ୧୭୦ ‘କରୋନା’ ଯୋଦ୍ଧା ଆକ୍ରାନ୍ତ ହୋଇସାରିଲେଣି। ଆକ୍ରାନ୍ତଙ୍କ ଭିତରେ ଆଶା, ଅଙ୍ଗନବାଡ଼ି କର୍ମୀ, ପୁଲିସ, ଡାକ୍ତର ଆଦି ରହିଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜିଲ୍ଲା ପ୍ରଶାସନ କହିଛି। ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୧୩୭ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୬୮ ଜଣ ଆରୋଗ୍ୟ ହୋଇ ଘରକୁ […]

corona1

Manoranjan Sial
  • Published: Friday, 26 June 2020
  • , Updated: 26 June 2020, 04:59 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି ‘କରୋନା’ ସଂକ୍ରମଣ। ଏଯାବତ ଜିଲ୍ଲାରେ ୧୭୦ ‘କରୋନା’ ଯୋଦ୍ଧା ଆକ୍ରାନ୍ତ ହୋଇସାରିଲେଣି। ଆକ୍ରାନ୍ତଙ୍କ ଭିତରେ ଆଶା, ଅଙ୍ଗନବାଡ଼ି କର୍ମୀ, ପୁଲିସ, ଡାକ୍ତର ଆଦି ରହିଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜିଲ୍ଲା ପ୍ରଶାସନ କହିଛି।

ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୧୩୭ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୬୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୬୧ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟର ଚିତ୍ରକୁ ଦେଖିଲେ ଆଜି ସୁଦ୍ଧା ୬୧୮୦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୪୨୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୭୫୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୭ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରକଣ କରିଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Related story