ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୫ ଜିଲ୍ଲାରୁ ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୪୫ ଓ ୩୦ଟି ଲୋକାଲ୍ କେସ୍ ଥିବା ଜଣାଯାଇଛି।
ନୂଆ ଚିହ୍ନଟ ହୋଇଥିବା ୧୭୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରେ ସର୍ବାଧିକ ୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଖୋର୍ଦ୍ଧାରୁ ୨୫, ପୁରୀରୁ ୧୮, ବରଗଡ଼ରୁ ୧୧, କନ୍ଧମାଳରୁ ୭, ଜଗତସିଂପୁରରୁ ୭, ବାଲେଶ୍ୱରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ଓ ମୟୂରଭଞ୍ଜରୁ ୫ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ନୂଆପଡ଼ାରୁ ୪, କଟକ ଓ ବଲାଙ୍ଗିରରୁ ୩ ଜଣ ଲେଖାଏ, ଝାରସୁଗୁଡାରୁ , କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବ୍ୟତୀତ କୋଲକତାରୁ ଫେରିଥିବା ଅମ୍ଫାନ ଉଦ୍ଧାରକାରୀ ଦଳର ୨୧ ଜଣଙ୍କର ସ୍ୱାବ ପରୀକ୍ଷାରୁ ପଜିଟିଭ ଥିବା ଜଣାପଡ଼ିଛି।
COVID-19 REPORT FOR 16th JUNE
New positive cases: 175
In quarantine: 145
Local contacts: 30(Details of local contacts will be shared by concerned Dist Administration)
District Wise Cases
1. Mayurbhanj: 5
2. Khordha: 25
3. Sundargarh: 5
4. Cuttack: 3
5. Jagatsinghpur: 7— I & PR Department, Odisha (@IPR_Odisha) June 17, 2020
6. Jharsuguda: 1
7. Balasore: 6
8. Kendrapada: 1
9. Nuapada: 4
10. Kandhamal: 7
11. Bargarh: 11
12. Puri: 18
13. Gajapati: 57
14. Bolangir: 3
15. Ganjam: 1
16. Fire personnel returned from Amphan duty:21— I & PR Department, Odisha (@IPR_Odisha) June 17, 2020
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୯୭୪ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୩୫୦ ଜଣ ଚିକିତ୍ସାଧୀନ ଅଛନ୍ତି।
New recoveries: 120
Cumulative tested: 208472
Positive: 4338
Recovered: 2974
Active cases: 1350— I & PR Department, Odisha (@IPR_Odisha) June 17, 2020