ମାର୍କେଟ ବଲ୍‌ଡିଂରେ ଭଙ୍ଗାରୁଜା, ଡିଏସ୍‌ପିଙ୍କ ପୁଅ ସମେତ ୧୮ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମାର୍କେଟ ବିଲଡିଂରେ ଆତଙ୍କରାଜ ଘଟଣାରେ ପୁଲିସ ୧୮ ଜଣଙ୍କୁ ଧରିଛି। ସେମାନଙ୍କ ମଧ୍ୟରେ ୧୨ ଜଣ ନାବାଳକ ଅଛନ୍ତି। ଏମାନଙ୍କ ଭିତରେ ଜଣେ ଡିଏସ୍‌ପିଙ୍କ ପୁଅ ଅଛନ୍ତି। ଘଟଣାର ମାଷ୍ଟରମାଇଣ୍ଡ ଚିଣ୍ଟୁ, ପ୍ରିତମ ଓ ଗୋପି ଏଯାଏ ଧରାପଡ଼ି ନାହାନ୍ତି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଦୁର୍ବୃତ୍ତଙ୍କ ବିରୋଧରେ ଦଙ୍ଗା, ସର୍ବସାଧାରଣରେ ହିଂସା ଓ ସାଧାରଣରେ ଆଇନଶୃଙ୍ଖଳା ଭଙ୍ଗ କରିବା ଭଳି ସଙ୍ଗୀନ ଦଫା ଲଗାଇଛି ପୁଲିସ। ଗିରଫ ନାବାଳକମାନଙ୍କୁ […]

market-building

Manoranjan Sial
  • Published: Saturday, 11 January 2020
  • , Updated: 11 January 2020, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମାର୍କେଟ ବିଲଡିଂରେ ଆତଙ୍କରାଜ ଘଟଣାରେ ପୁଲିସ ୧୮ ଜଣଙ୍କୁ ଧରିଛି। ସେମାନଙ୍କ ମଧ୍ୟରେ ୧୨ ଜଣ ନାବାଳକ ଅଛନ୍ତି। ଏମାନଙ୍କ ଭିତରେ ଜଣେ ଡିଏସ୍‌ପିଙ୍କ ପୁଅ ଅଛନ୍ତି। ଘଟଣାର ମାଷ୍ଟରମାଇଣ୍ଡ ଚିଣ୍ଟୁ, ପ୍ରିତମ ଓ ଗୋପି ଏଯାଏ ଧରାପଡ଼ି ନାହାନ୍ତି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଦୁର୍ବୃତ୍ତଙ୍କ ବିରୋଧରେ ଦଙ୍ଗା, ସର୍ବସାଧାରଣରେ ହିଂସା ଓ ସାଧାରଣରେ ଆଇନଶୃଙ୍ଖଳା ଭଙ୍ଗ କରିବା ଭଳି ସଙ୍ଗୀନ ଦଫା ଲଗାଇଛି ପୁଲିସ। ଗିରଫ ନାବାଳକମାନଙ୍କୁ ଜୁଭେନାଇକୁ ପଠାଇ ଦିଆଯିବ।

ଗତକାଲି ସଂଧ୍ୟାରେ ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂରେ ୩୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ପଶି ଅଧଘଣ୍ଟା ଧରି ଆତଙ୍କରାଜ ସୃଷ୍ଟି କରିଥିଲେ। ଯିଏ ଆଗରେ ପଡ଼ିଲା ତାକୁ ମାଡ଼ ମାରିବା ସହ ଉଠାଦୋକାନ ଭଙ୍ଗାରୁଜା କରିଥିଲେ।

ଗତକାଲି ହିଂସା ପରେ ଆଜି ମାର୍କେଟ ସବୁଦିନ ଭଳି ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି। ତେବେ କାହିଁକି ଏଭଳି ଆତଙ୍କରାଜ ଚଳାଇଲେ ଦୁର୍ବୃତ୍ତ? ତା’ର କାରଣ ପୁଲିସ ଖୋଜିବା ଆରମ୍ଭ କରିଛି। ତେବେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ଅନୁସାରେ, ମାର୍କେଟରେ ଗୁରୁବାର ଜଣେ ଘଣ୍ଟା ଦୋକାନୀଙ୍କ ସହ ଗୋପୀର ଝଗଡା ହୋଇଥିଲା। ଆଉ ଶୁକ୍ରବାର ଗୋପୀ ତା’ର ସହଯୋଗୀମାନଙ୍କ ସହ ମାରଣାସ୍ତ୍ର ଧରି ଭଙ୍ଗାରୁଜା ଓ ଆକ୍ରମଣ କରିଥିଲା। ପୂର୍ବ ଗଣ୍ଡଗୋଳକୁ ନେଇ ଏହି ଘଟଣା ଘଟିଥିବା ପୁଲିସ କମିଶନର କହିଛନ୍ତି। ତେବେ ସ୍ଥାନୀୟ ଲୋକେ ଓ ବ୍ୟବସାୟୀ ଏଭଳି କାଣ୍ଡ ଘଟାଇଥିବା ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related story