ଫେରିଲା ତାତି: ୪୦ ଡିଗ୍ରୀ ଉପରେ ୧୮ ସହର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଦିନର ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ଅଧିକାଂଶ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଛି। ଆଜି ବାଲେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ […]

Heat Wave

Heat Wave

Jitendra Garnayak
  • Published: Saturday, 21 May 2022
  • Updated: 21 May 2022, 08:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଦିନର ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ଅଧିକାଂଶ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଛି।

ଆଜି ବାଲେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୪୨.୧, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୨, ତାଳଚେରରେ ୪୨.୫, ଭବାନୀପାଟଣାରେ ୪୦, ବଲାଙ୍ଗିରରେ ୪୩.୨, ଟିଟିଲାଗଡ଼ରେ ୪୨.୫, ମାଲକାନଗିରିରେ ୪୧, ବୌଦ୍ଧରେ ୪୨.୫, ପାରଳାଖେମୁଣ୍ଡିରେ ୪୧.୫, ଯାଜପୁରରେ ୪୦, ବରଗଡ଼ରେ ୪୩.୫, ଦେବଗଡ଼ରେ ୪୨.୮ ଓ ନୂଆପଡ଼ାରେ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଚାନ୍ଦବାଲିରେ ତାପମାତ୍ରା ୩୮.୮ ଡିଗ୍ରୀ ରହିଥିବା ବେଳେ କଟକରେ ୩୭.୮, ପାରାଦୀପରେ ୩୩.୮, ଭୁବନେଶ୍ୱରରେ ୩୭.୬, ଗୋପାଳପୁରରେ ୩୧.୪, ପୁରୀରେ ୩୩.୨, ବାରିପଦାରେ ୩୮, କେନ୍ଦୁଝରଗଡ଼ରେ ୩୯.୪, କୋରାପୁଟରେ ୩୪, ଫୁଲବାଣୀରେ ୩୮.୪, ଦାରିଙ୍ଗବାଡ଼ିରେ ୩୫, ନୟାଗଡ଼ରେ ୩୯, ଛତ୍ରପୁରରେ ୩୫, ଭଦ୍ରକରେ ୩୮.୫, ଢେଙ୍କାନାଳରେ ୩୯, ନବରଙ୍ଗପୁରରେ ୩୬, ଖୋର୍ଦ୍ଧାରେ ୩୭.୫, ଜଗତସିଂହପୁରରେ ୩୬.୭ ଓ କେନ୍ଦ୍ରାପଡ଼ାରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos