ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ଇଷ୍ଟକୋଷ୍ଟ ରେଲେଓ୍ୱ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୫ରୁ ୪ ତାରିଖ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍। ଏଥିପାଇଁ ପୁରୀ ସମେତ ଅନ୍ୟାନ୍ୟ ଷ୍ଟେସନରେ ଖୋଲିବ ମୋଟ୍ ୬୦ଟି ଅତିରିକ୍ତ ଟିକେଟ କାଉଣ୍ଟର। ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ଅଧିକ ୧୨୦୦ ଆରପିଏଫ୍, ଜିଆରପି ମୁତୟନ ହେବେ। ପୁରୀ ଷ୍ଟେସନରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ଦୁଇଟି […]

puri station

Rakesh Mallick
  • Published: Friday, 16 June 2017
  • , Updated: 16 June 2017, 11:05 PM IST

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ଇଷ୍ଟକୋଷ୍ଟ ରେଲେଓ୍ୱ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୫ରୁ ୪ ତାରିଖ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍। ଏଥିପାଇଁ ପୁରୀ ସମେତ ଅନ୍ୟାନ୍ୟ ଷ୍ଟେସନରେ ଖୋଲିବ ମୋଟ୍ ୬୦ଟି ଅତିରିକ୍ତ ଟିକେଟ କାଉଣ୍ଟର।

ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ଅଧିକ ୧୨୦୦ ଆରପିଏଫ୍, ଜିଆରପି ମୁତୟନ ହେବେ। ପୁରୀ ଷ୍ଟେସନରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ଦୁଇଟି ଡ୍ରୋନ୍ କ୍ୟାମେରା ପଇଁତରା ମାରିବ। ୬୦ଟି ସିସି କ୍ୟାମେରା, ଡଗ୍ ସ୍କ୍ୱାଡ ନିୟୋଜିତ ରହିବେ। ରେଳଯାତ୍ରୀଙ୍କୁ ୧୫ ଟଙ୍କାରେ ଜନତା ମିଲ୍ ସହ ମିଳିବ ସ୍ୱଚ୍ଛ ପାଣି। ଏଥିସହ ପରିମଳ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ ବୋଲି ପୂର୍ବତଟ ରେଲେଓ୍ୱ ତରଫରୁ ଜଣାପଡ଼ିଛି।

Related story