ଚିଟଫଣ୍ଡ ଦୁର୍ନୀତିରେ ୧୮୯ ଅଭିଯୁକ୍ତ, ଜେଲରେ ମାତ୍ର ୨୪: ସି-ସୋର, ଅର୍ଥତତ୍ତ୍ୱକୁ ଭୁଲି ଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାୟ ୨୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ଲୋକଲୋଚନକୁ ଆସିବାର ଏକ ଦଶନ୍ଧିରୁ ଅଧିକ ସମୟ ହେଲାଣି, କିନ୍ତୁ ସରକାରୀ ଉଦାସୀନତା ଓ ତଦନ୍ତକାରୀ ଏଜେନ୍ସିର ଅବହେଳା ଯୋଗୁ କ୍ଷତିଗ୍ରସ୍ତ ଜମାକାରୀ ନିଜର ସଂଚିତ ଅର୍ଥ ଫେରିପାଉନି କି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ସମ୍ଭବପର ହୋଇପାରୁନି । ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିରେ ମୋଟ ୧୮୯ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୪ଜଣ ଏବେ ବିଚାରବିଭାଗୀୟ ହାଜତରେ […]

chitfund

chitfund

Ordigital Desk
  • Published: Monday, 25 July 2022
  • Updated: 25 July 2022, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାୟ ୨୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ଲୋକଲୋଚନକୁ ଆସିବାର ଏକ ଦଶନ୍ଧିରୁ ଅଧିକ ସମୟ ହେଲାଣି, କିନ୍ତୁ ସରକାରୀ ଉଦାସୀନତା ଓ ତଦନ୍ତକାରୀ ଏଜେନ୍ସିର ଅବହେଳା ଯୋଗୁ କ୍ଷତିଗ୍ରସ୍ତ ଜମାକାରୀ ନିଜର ସଂଚିତ ଅର୍ଥ ଫେରିପାଉନି କି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ସମ୍ଭବପର ହୋଇପାରୁନି ।

ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିରେ ମୋଟ ୧୮୯ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୪ଜଣ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି । ତଦନ୍ତକାରୀ ଏଜେନ୍ସୀର କୋହଳ ଆଭିମୁଖ୍ୟ ଯୋଗୁ ଗରିବ ଲୋକଙ୍କ କୋଟି କୋଟି ଟଙ୍କାର ସଂଚିତ ଅର୍ଥକୁ ଲୁଟ୍ କରିଥିବା ଲୁଟେରାମାନେ ଏବେ ବେଧଡ଼କ ଅୟସରେ ରହିଥିବା ଜଣାପଡ଼ିଛି । ସି-ସୋର ଓ ଅର୍ଥତତ୍ତ୍ୱ ଗ୍ରୁପ୍ ସହ ଶାସକ ବିଜେଡିର ସମ୍ପୃକ୍ତି ଥିବାବେଳେ ଏହି ଦୁଇ କମ୍ପାନୀ ରାଜ୍ୟରୁ ଲୁଟ୍ କରିଥିବା ପ୍ରାୟ ଦୁଇ ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତିକୁ ଏପର୍ଯ୍ୟନ୍ତ ଠାବ କରିବାରେ ତଦନ୍ତକାରୀ ଏଜେନ୍ସୀ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି । ଏପରିକି ୬୪ଟି ଚିଟଫଣ୍ଡ କମ୍ପାନୀର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ ନିମନ୍ତେ ୮୨ଟି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇଥିବାବେଳେ ସେଥିରୁ ମାତ୍ର ୨୮ଟି ମାମଲାରେ ସରକାର ଅନ୍ତରୀଣ କୋରଖ ଆଦେଶକୁ କୋର୍ଟ କାଏମ ରଖିଛନ୍ତି ।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା ଦ୍ୱାରା ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ୧୮୯ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ସେମାନଙ୍କ ମଧ୍ୟରୁ ଏବେ ୨୪ଜଣ ଅଭିଯୁକ୍ତ ବିଚାରବିଭାଗୀୟ ହେପାଜତରେ ଅଛନ୍ତି । ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା, ଜିଲ୍ଲା ପୁଲିସ ଅଧିକାରୀ ଓ ଅନ୍ୟାନ୍ୟ ତଦନ୍ତକାରୀ ଏଜେନ୍ସୀ ଦ୍ୱାରା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପ୍ରକ୍ରିୟା ଚାଲୁଅଛି । କେତେକ ସଂସ୍ଥା ବିରୁଦ୍ଧରେ ମାମଲା ବିଭିନ୍ନ ନ୍ୟାୟାଳରେ ବିଚାରାଧୀନ ଅଛି । ତେଣୁ ଏବେ ଚିଟଫଣ୍ଡ ଦୁର୍ନୀତି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ସମ୍ଭବପର ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଅବଶ୍ୟ ଓପିଆଇଡି ଆକ୍ଟ ଅନୁସାରେ ରୋଜଭ୍ୟାଲି କମ୍ପାନୀର ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀରେ ମୋଟ ୨ଲକ୍ଷ ୩୮ହଜାର ୪୭୭ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଜମାରାଶି ସମ୍ପୃକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ ପ୍ରକ୍ରିୟା ଚାଲୁଅଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଦେଇଥିବା କୋରଖ ଆଦେଶକୁ କୋର୍ଟ କାଏମ ରଖିବା ପରେ କୋର୍ଟଙ୍କ ଆଦେଶ ଅନୁସାରେ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ କମ୍ପାନୀ, ହାଇଟେକ୍ ଇଷ୍ଟେଟସ ଓ ପ୍ରମୋଟର୍ସ, ରାଜଧାନୀ ସିଷ୍ଟମ ଓ ଇଷ୍ଟେଟସ ପ୍ରମୋଟର୍ସର ଜମାକାରୀଙ୍କଠୁ ଅନଲାଇନ୍ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏବେ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀର ଜମାକାରୀମାନେ ଦାଖଲ କରିଥିବା ଆବେଦନର ସତ୍ୟାସତ୍ୟ ଯାଂଚ ଓ ପ୍ରକୃତ ଜମାକାରୀ ଚିହ୍ନଟ ନିମନ୍ତେ ତହସିଲୱାରି ପ୍ରତ୍ୟେକ ପଂଚାୟତସ୍ତରରେ ୩ଜଣିଆ କ୍ଷେତ୍ରୀୟ ତଦନ୍ତ ଟିମ୍ ଦ୍ୱାରା ଯାଂଚ ପ୍ରକ୍ରିୟା ଚାଲୁଛି । ଅନ୍ୟ ଦୁଇ କମ୍ପାନୀ ହାଇଟକ୍ ଇଷ୍ଟେଟସ ଓ ରାଜଧାନୀ ସିଷ୍ଟମର ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପାଇଁ ଖୁବଶୀଘ୍ର କ୍ଷେତ୍ରୀୟ ତଦନ୍ତ ଆରମ୍ଭ କରାଯିବ । ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପରେ ସେମାନଙ୍କର ବାସ୍ତବ ଜମାରାଶିକୁ ସମ୍ପୃକ୍ତ କମ୍ପାନୀର ବାଜ୍ୟାପ୍ତି ସମ୍ପତ୍ତିରୁ ମିଳିଥିବା ଅର୍ଥରୁ ଫେରସ୍ତ କରାଯିବ । ଏହାବ୍ୟତୀତ ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୩୦୦କୋଟି ଟଙ୍କାର ଏକ କପର୍ସ ପାଣ୍ଠି ଗଠନ କରିଛନ୍ତି । ଜଷ୍ଟିସ ମଦନ ମୋହନ ଦାସ କମିଶନଙ୍କଠୁ ପ୍ରଥମ ପର୍ଯ୍ୟାୟରେ ମିଳିଥିବା ସଠିକ୍ ସତ୍ୟପାଠର ଯାଂଚ ଓ ଶୁଣାଣି ପରେ ସେ ପ୍ରଦାନ କରିଥିବା ୭ଟି ଅନ୍ତରୀଣ ରିପୋର୍ଟର ସୁପାରିଶ ଆଧାରରେ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ର ଜମାକାରୀଙ୍କୁ ତାଙ୍କର ବାସ୍ତବ ଜମାରାଶି ଉକ୍ତ କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ପ୍ରଦାନ ପ୍ରକ୍ରିୟା ଜାରି ରହିଛି ।

ସେହିପରି ୬୪ଟି ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ନିମନ୍ତେ ୮୨ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିବାବେଳେ ସେଥିରୁ ୨୮ଟି ମାମଲାରେ ସରକାରଙ୍କ ଅନ୍ତରୀଣ କୋରଖ ଆଦେଶକୁ କୋର୍ଟ କାଏମ ରଖିଛନ୍ତି । ୩୭ଟି ଚିଟଫଣ୍ଡ କମ୍ପାନୀର ବାକି ୫୪ଟି ମାମଲା ଏବେବି କୋର୍ଟଙ୍କ ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ତେବେ ତଦନ୍ତକାରୀ ଏଜେନ୍ସୀଗୁଡ଼ିକର ଖାମଖିଆଲ ନୀତି ଓ ବିଜେଡି ନେତାମାନଙ୍କର କେଳେଙ୍କାରୀ ପଦାରେ ପଡ଼ିବା ଭୟରେ ଏବେ ଚିଟଫଣ୍ଡ ତଦନ୍ତ ବାଟବଣା ହୋଇଛି ଓ କ୍ଷତିଗ୍ରସ୍ତ ଜମାକାରୀ ନିଜର ନିଜ କଷ୍ଟଲବ୍ଧ ଅର୍ଥକୁ କେବେ ଫେରିପାଇବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story