ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁ ନିକଟରୁ ଜବତ ହେଲା ୧୯ କିଲୋ ହାତୀ ଦାନ୍ତ । ଗତ ରାତିରେ ଆନନ୍ଦପୁର ବନବିଭାଗ ଏହି ହାତୀ ଦାନ୍ତ ଜବତ କରିଛି।
ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହା କେଉଁଠିକୁ ଚାଲାଣ ହେଉଥିଲା ଓ ଏହାର ଚେର କେଉଁଠିକି ଲମ୍ବିଛି, ତାହାର ତଦନ୍ତ ଚଳାଇଛି ବନ ବିଭାଗ।
ସୂଚନାଯୋଗ୍ୟ, ଏକ କାର୍ରେ ହାତୀଦାନ୍ତ ଚାଲାଣ ହେଉଥିବା ଖବର ପାଇ ଗତକାଲି ଆନନ୍ଦପୁର ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗ ଟିମ୍ ଉକ୍ତ ଗାଡ଼ିର ପିଛା କରିଥିଲା। ପ୍ରାୟ ୩ କିମି ପିଛା କରିବା ପରେ ବାୟାପିଟା ଗାଁ ନିକଟରେ ଗାଡ଼ିକୁ ଅଟକାଇବାକୁ ସଫଳ ହୋଇଥିଲେ କର୍ମଚାରୀ । ଏହାପରେ ଚଢ଼ାଉ ସମୟରେ ଗାଡ଼ିରୁ ୧୯ କିଲୋ ହାତୀ ଦାନ୍ତ ଜବତ କରାଯାଇଥିଲା।
ଜବତ ହାତୀଦାନ୍ତର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନ ବିଭାଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।