ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୫ଟି ଲୋକାଲ କେସ୍ ବୋଲି ଜଣାପଡ଼ିଛି। ୧୫ଟି ଲୋକାଲ କେସ୍ ମଧ୍ୟରୁ ୯ ଜଣ କେବଳ ମେଡିକାଲ କର୍ମଚାରୀ ବୋଲି ଜଣାପଡ଼ିଛି।
Update on newly detected & cured #COVID19 cases in the last 24 hrs under the BMC area on 20 Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/6oZbWc33hJ— BMC (@bmcbbsr) June 20, 2020
ଏହି ୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଘରୋଇ ହସ୍ପିଟାଲର ୮ କର୍ମଚାରୀ ଓ ଏକ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି। ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ୨ କର୍ମଚାରୀଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏକ ସରକାରୀ ହସ୍ପିଟାଲର ଜଣେ ୫୧ ବର୍ଷୀୟ କର୍ମଚାରୀଙ୍କ ସ୍ୱାବ ପରୀକ୍ଷାରୁ କରୋନା ପଜିଟିଭ ଥିବା ଜଣାପଡ଼ିଛି।
ଏହାବ୍ୟତୀତ ଡୁମୁଡୁମା ସୁବାସ ନଗର ବସ୍ତିରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବାଳକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ସମସ୍ତ ୪ ଜଣ ରେଲୱେ କର୍ମଚାରୀ ବୋଲି ଜଣାଯାଇଛି।