୧୯ ତାରିଖକୁ ଘୁଞ୍ଚିଲା ନବମ ଶ୍ରେଣୀ ଅନ୍ ଲାଇନ୍ ନାମ ପଞ୍ଜୀକରଣ ଅବଧି

କଟକ: ଚଳିତ ଶିକ୍ଷାବର୍ଷ ଲାଗି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଅନ୍ ଲାଇନ୍ ନାମ ପଞ୍ଜୀକରଣ ସମୟ ସୀମାକୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଅନଲାଇନ୍ ପଞ୍ଜୀକରଣର ଅବଧି ଶୁକ୍ରବାର ସରୁଥିଲା। ତେବେ ରାଜ୍ୟରେ ବିଦ୍ୟୁତ୍ କାଟ୍ ଓ  ଶିକ୍ଷକ ଆନ୍ଦୋଳନ ଯୋଗୁଁ ନାମ ପଞ୍ଜୀକରଣରେ ବାଧା ଉପୁଜିଥିବା ଅନୁଭବ କରି ବୋର୍ଡ କର୍ତ୍ତୃପକ୍ଷ ସମୟସୀମାକୁ ଆଉ ୧୦ ଦିନ ବଢାଇ ଦେଇଛନ୍ତି। ଆସନ୍ତା ୧୯ […]

9class

Rakesh Mallick
  • Published: Friday, 09 October 2015
  • , Updated: 09 October 2015, 02:57 PM IST

କଟକ: ଚଳିତ ଶିକ୍ଷାବର୍ଷ ଲାଗି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଅନ୍ ଲାଇନ୍ ନାମ ପଞ୍ଜୀକରଣ ସମୟ ସୀମାକୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଅନଲାଇନ୍ ପଞ୍ଜୀକରଣର ଅବଧି ଶୁକ୍ରବାର ସରୁଥିଲା। ତେବେ ରାଜ୍ୟରେ ବିଦ୍ୟୁତ୍ କାଟ୍ ଓ  ଶିକ୍ଷକ ଆନ୍ଦୋଳନ ଯୋଗୁଁ ନାମ ପଞ୍ଜୀକରଣରେ ବାଧା ଉପୁଜିଥିବା ଅନୁଭବ କରି ବୋର୍ଡ କର୍ତ୍ତୃପକ୍ଷ ସମୟସୀମାକୁ ଆଉ ୧୦ ଦିନ ବଢାଇ ଦେଇଛନ୍ତି। ଆସନ୍ତା ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ୍ ପଞ୍ଜୀକରଣ କରିପାରିବେ। ତେବେ ଏହି ଅବଧି ଭିତରେ ପଞ୍ଜୀକରଣ କରି ନଥିବା ଛାତ୍ରଛାତ୍ରୀଙ୍କୁ ପ୍ରକ୍ରିୟାରୁ ବାଦ୍ ପଡିବେ ବୋଲି ବୋର୍ଡ ସଭାପତି କହିଛନ୍ତି।

Related story