ରାଜ୍ୟରେ ୨ ହଜାର ତଳେ ସଂକ୍ରମିତ ଚିହ୍ନଟ , ୬୯ ମୃତକଙ୍କ ସୂଚନା ଦେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ୨ ହଜାର ଉପରେ ଥିବା ଦୈନିକ ସଂକ୍ରମଣ ସଂଖ୍ୟା  ଆଜି ସାମାନ୍ୟ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୧୨ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧୪ କୁ ବୃଦ୍ଧି […]

corona

Niharika Rout
  • Published: Wednesday, 21 July 2021
  • , Updated: 21 July 2021, 09:11 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ୨ ହଜାର ଉପରେ ଥିବା ଦୈନିକ ସଂକ୍ରମଣ ସଂଖ୍ୟା  ଆଜି ସାମାନ୍ୟ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୧୨ଟି ହେଉଛି ଲୋକାଲ୍ କେସ୍‌।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧୪ କୁ ବୃଦ୍ଧି ପାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୫୫, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୨୭, ଭଦ୍ରକରୁ ୧୯, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୭, ଦେବଗଡ଼ରୁ ୬, କଟକରୁ ୨୪୮, ଢେଙ୍କାନାଳରୁ ୭୫, ଗଜପତିରୁ ୪, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୨୩,  ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୪୯୮, କୋରାପୁଟରୁ ୮, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୯୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୬୪, ନୂଆପଡ଼ାରୁ ୫, ପୁରୀରୁ ୧୦୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୩୩, ସୋନପୁରରୁ ୮, ସୁନ୍ଦରଗଡ଼ରୁ  ୩୮, ଓ ଷ୍ଟେଟ ପୁଲରୁ ୧୦୦  ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୯,୫୯, ୯୮୬ରେ ପହଞ୍ଚିଥିବା ବେଳେ ୯,୩୫୦୦୭ ଜଣ ସୁସ୍ଥ ହୋଇ ସାରିଲେଣି।  ଏହାବାଦ ରାଜ୍ୟରେ ୧୯, ୬୮୫ ଆକ୍ଟିଭ କେସ୍‌ ରହିଛି।

ଅନୁଗୋଳରେ ୬ ଜଣ ଆଖି ବୁଜିଥିବା ବେଳେ, ବାଲେଶ୍ୱରରେ ୩, ବରଗଡ଼ରେ ୭, ଭଦ୍ରକରେ ୨, ବୌଦ୍ଧରେ ୨, ଗଞ୍ଜାମରେ ୨, କେନ୍ଦ୍ରାପଡ଼ାରେ ୪, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୨୨, କୋରାପୁଟରେ ୧, ନୟାଗଡ଼ରେ ୨, ପୁରୀରେ ୨, ସୋନପୁରରେ ୧ ଓ ସୁନ୍ଦରଗଡ଼ରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏଥିସହ ଅନୁଗୋଳରେ  ସମୁଦାୟ ମୃତକଙ୍କ ସଂଖ୍ୟା  ୨୦୬ରେ ପହଞ୍ଚିଥିବା ବେଳେ  ବାଲେଶ୍ୱରରେ ୧୬୨, ବରଗଡ଼ରେ ୨୬୧, ଭଦ୍ରକରେ ୬୨, ବୌଦ୍ଧରେ ୯୯, ଗଞ୍ଜାମରେ ୪୨୪, କେନ୍ଦ୍ରାପଡ଼ାରେ ୧୧୮, କେନ୍ଦୁଝରରେ ୧୦୦, ଖୋର୍ଦ୍ଧାରେ ୯୫୭, କୋରାପୁଟରେ ୬୯, ନୟାଗଡ଼ରେ ୧୪୧, ପୁରୀରେ ୩୧୨, ସୋନପୁରରେ ୪୬ ଓ ସୁନ୍ଦରଗଡ଼ରେ ୪୫୮ ଆକ୍ରାନ୍ତଙ୍କ ର କରୋନା ଯୋଗୁ ମୃତ୍ୟୁ ହୋଇ ସାରିଛି।

Related story