ସ୍କୁଲ ଯାଇ ୨ ଦଶମ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ପାରାଦୀପ(ରମାକାନ୍ତ ନାୟକ): ସ୍କୁଲ ଯାଇ ନିଖୋଜ ହୋଇଗଲେ ୨ ଦଶମ ଛାତ୍ରୀ। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ହେଲାଣି ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ସେମାନଙ୍କୁ କେହି ଅପହରଣ କରିନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ ଏ ଯାବତ ସେମାନଙ୍କ ପତ୍ତା ପାଇପାରିନି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଘଟିଛି ଏପରି ଘଟଣା । ଅଭିଯୋଗ ମୁତାବକ, କୁଜଙ୍ଗ […]

girls

girls

Niharika Rout
  • Published: Wednesday, 22 June 2022
  • Updated: 22 June 2022, 12:42 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ସ୍କୁଲ ଯାଇ ନିଖୋଜ ହୋଇଗଲେ ୨ ଦଶମ ଛାତ୍ରୀ। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ହେଲାଣି ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ସେମାନଙ୍କୁ କେହି ଅପହରଣ କରିନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ ଏ ଯାବତ ସେମାନଙ୍କ ପତ୍ତା ପାଇପାରିନି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଘଟିଛି ଏପରି ଘଟଣା ।

ଅଭିଯୋଗ ମୁତାବକ, କୁଜଙ୍ଗ ପଙ୍କପାଳ ହାଇସ୍କୁଲର ଦୁଇ ଛାତ୍ରୀ ଗତକାଲି ସ୍କୁଲ ଯାଇ ଆଉ ଘରକୁ ଫେରି ନାହାନ୍ତି। ଜଣକ ଘର ବଡପାଳ ଏବଂ ଅନ୍ୟ ଜଣକ ଘର ଜହ୍ନାପାଳ ଗ୍ରାମରେ। ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ।  ଉଭୟଙ୍କ ବାପା ଏନେଇ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି। ଏହାପରେ କଲ୍‌ ଟ୍ରାସିଂରୁ ରାତି ପ୍ରାୟ ୧୦ଟା ବେଳେ ଛାତ୍ରୀଦ୍ୱୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ କଟକ ରେଳଷ୍ଟେସନ ନିକଟ ରାସ୍ତାରେ ଛାତ୍ରୀ ଦୁହେଁ ଚାଲି ଚାଲି ଯାଉଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି।

ଝିଅ ଦୁହିଁଙ୍କୁ କେହି ଅପହରଣ କରି ନେଇଥିବା ସନ୍ଦେହ କରି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି।  ପୁଲିସ ମାମଲା ରୁଜୁ କରି ଛାନଭିନ ଚଳାଇଛି। ପରିବାର ଲୋକେ ଆଜି ଭୁବନେଶ୍ୱର ଯାଇ ଖୋଜାଖୋଜି କରୁଥିବା ସୂଚନା ମିଳିଛି।

ତେବେ ଏହା ଏକ ଅପହରଣ ମାମଲା ନା ନାବାଳିକାଦ୍ୱୟ ନିଜ ଇଚ୍ଛାରେ କାହା ସହ ଚାଲି ଯାଇଛନ୍ତି ସେ ସମ୍ପର୍କରେ ସଠିକ୍‌ ସୂଚନା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos