ନାମାଙ୍କନ ପତ୍ର ଦାଖଲ କଲେ ୨.୨୯ ଲକ୍ଷ: ୬୭୯୪ ସରପଂଚ ପଦ ପାଇଁ ୩୪୬୧୩ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ସୋମବାରଠୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ମୋଟ ୨ଲକ୍ଷ ୨୯ହଜାର ୦୬୨ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ଶେଷଦିନରେ ମୋଟ ୯୪,୬୦୫ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ୬୭୯୪ଟି ସରପଂଚ ପଦବୀ ନିମନ୍ତେ ମୋଟ ୩୪୬୧୩ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। ରାଜ୍ୟ ନିର୍ବାଚନ […]

election

Ordigital Desk
  • Published: Friday, 21 January 2022
  • , Updated: 22 January 2022, 02:55 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ସୋମବାରଠୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ମୋଟ ୨ଲକ୍ଷ ୨୯ହଜାର ୦୬୨ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ଶେଷଦିନରେ ମୋଟ ୯୪,୬୦୫ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ୬୭୯୪ଟି ସରପଂଚ ପଦବୀ ନିମନ୍ତେ ମୋଟ ୩୪୬୧୩ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।
ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ,  ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ମୋଟ ୬୫୮୨୮ଜଣ ୱାର୍ଡମେମ୍ବର, ୧୪୦୭୪ଜଣ ସରପଂଚ, ୧୨୫୧୨ଜଣ ସମିତି ସଭ୍ୟ ଓ ୨୧୯୧ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ମୋବାଇଲ ନେଟୱାର୍କ ନଥିବା ପ୍ରତିବାଦରେ ଦେବଗଡ଼ ଜିଲ୍ଲାର ୫ଟି ପଂଚାୟତରେ କେହି ନିଜର ପ୍ରାର୍ôଥପତ୍ର ଦାଖଲ କରିନଥିବା ଜଣାପଡ଼ିଛି ।
ସୋମବାରଠୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷଦିନ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିଲା । ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ୱାର୍ଡମେମ୍ବର ପଦବୀ ପାଇଁ ଯଥାକ୍ରମେ ୭୧୧୬,୧୦୭୩୪, ୩୭୨୩୨, ୪୦୭୩୨ ଓ ୬୫୮୨୮ଜଣ ଅର୍ଥାତ୍ ମୋଟ ୧,୬୨,୨୯୭ଜଣ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସରପଂଚ ପଦବୀ ନିମନ୍ତେ ୧୧୨୨, ୧୫୪୬ , ୮୯୪୭, ୮୮୪୨ ଓ ୧୪୦୭୪ଜଣ (ମୋଟ ୩୪୬୧୩), ସମିତି ସଭ୍ୟ ପଦବୀ ନିମନ୍ତେ ଯଥାକ୍ରମେ ୫୧୨, ୧୦୩୪, ୬୨୦୫, ୭୮୩୨ ଓ ୧୨୫୧୨ଜଣ(ମୋଟ ୨୮୧୫୩ଜଣ) ଏବଂ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ୨୨,୪୨, ୪୮୪ , ୧୧୮୨ ଓ ୨୧୯୧ଜଣ(୩୯୯୯ଜଣ)  ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ,ଚଳିତଥର ତ୍ରିସ୍ତରୀୟ ପଂଚାୟତରେ ମୋଟ ୯୧୯୧୩ଜଣ ୱାର୍ଡମେମ୍ବର, ୬୭୯୪ଜଣ ସରପଂଚ, ୬୭୯୩ଜଣ ପଂଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।  ନାମାନଙ୍କ ପତ୍ର ଦାଖଲ ଆଜି ଶେଷ ହୋଇଥିବା ଆସନ୍ତାକାଲି ନାମାଙ୍କନ ପତ୍ର ଯାଂଚ ସହ ସମସ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ । ସେହି ୨୫ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

Related story