କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଡିସିବି ବ୍ୟାଙ୍କ ସମ୍ମୁଖରୁ ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଯଯାତି ବେହେରା ଜଣେ ବ୍ୟବସାୟୀ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ଆସିଥିବା ବେଳେ କାରରୁ ଏହି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସେ କାର୍ରେ ୧୦ ଲକ୍ଷ ଟଙ୍କା ନେଇ ଆସିଥିଲେ। ସେଥିରୁ ୨ ଲକ୍ଷ ୩୦ ହଜାର ଟଙ୍କା କାରରେ ତାଙ୍କ ଭାଇଙ୍କ ପାଖରେ ଛାଡ଼ି ବାକି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ଯାଇଥିଲେ।
ଏହି ସମୟରେ ୩ ଜଣ ବ୍ୟକ୍ତି ଏକ ପଲସର ବାଇକ୍ରେ ଆସି କାରରେ ଥିବା ତାଙ୍କ ଭାଇଙ୍କ ସହ କଥାବାର୍ତ୍ତା ହୋଇଥିଲେ। କଥାବାର୍ତ୍ତା ମଝିରେ ଜଣେ ବ୍ୟକ୍ତି କାର୍ରୁ ବ୍ୟାଗ ଧରି ଚମ୍ପଟ ମାରିଥିଲେ।
ଏ ନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ବିଭିନ୍ନ ରାସ୍ତାକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବୈକୁଣ୍ଠଧାମ ଆଶ୍ରମରେ ଚାଲୁଥିଲା ଯୌନ ଉତ୍ପୀଡନ!
ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ।
Miscellaneous
୨୯ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ରାଜଭବନ ପର୍ଯ୍ୟନ୍ତ ରୋଡ୍ ସୋ। ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କୁ ଦେବେ ଗୁରୁମନ୍ତ୍ର।
Miscellaneous
ଜାନୁଆରୀ ୫ରୁ ଆଦିବାସୀ ମେଳା, ପ୍ରବାସୀ ବି ଦେଖିବେ ଓଡ଼ିଶାର ଆଦିବାସୀ ସଂସ୍କୃତି
ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।
Miscellaneous
ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର, ମାଗିଥିଲେ ଆଉ ୬ ମାସ ଛୁଟି
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଆଜି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଛନ୍ତି ।
Miscellaneous
ଆଇନ ମନ୍ତ୍ରୀଙ୍କୁ ଭେଟି ନ୍ୟାୟ ମାଗିଲେ ରାଣୀ ପ୍ରିୟଦର୍ଶିନୀ
ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ଘରକୁ ଯାଇ ସ୍କୁଟି ସିଜ୍ କରିଥିଲା ପରିବହନ ବିଭାଗ। ନୋଟିସ କିମ୍ବା ଇ-ଚାଲାଣ ନକରି ହଠାତ ଚଢ଼ାଉ ଦ୍ୱାରା ସମ୍ମାନ ହାନୀ ହୋଇଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ।