୨.୩୭ ଲକ୍ଷ ପ୍ରବାସୀ ଓଡ଼ିଶା ଫେରିଲେଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ସତ୍ତ୍ୱେ ରାଜ୍ୟକୁ ୨ ଲକ୍ଷ ୩୭ହଜାର ୬୯୮ଜଣ ପ୍ରବାସୀ ଓଡ଼ିଶାକୁ ଫେରିଛନ୍ତି। ଆଜି ୧୩,୮୫୧ଜଣ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ହୋଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆମାନେ ଦୈନିକ ରାଜ୍ୟକୁ ଫେରୁଛନ୍ତି। ବସ୍ ,ଟ୍ରେନ ଓ ଅନ୍ୟ ଯାନବାହନ ମାଧ୍ୟମରେ ୨ଲକ୍ଷ ୩୭ହଜାର ୬୯୮ଜଣ ଓଡ଼ିଆ ଫେରିଛନ୍ତି। ସେହିପରି […]

migrate

Manoranjan Sial
  • Published: Saturday, 23 May 2020
  • , Updated: 23 May 2020, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ସତ୍ତ୍ୱେ ରାଜ୍ୟକୁ ୨ ଲକ୍ଷ ୩୭ହଜାର ୬୯୮ଜଣ ପ୍ରବାସୀ ଓଡ଼ିଶାକୁ ଫେରିଛନ୍ତି। ଆଜି ୧୩,୮୫୧ଜଣ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ହୋଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆମାନେ ଦୈନିକ ରାଜ୍ୟକୁ ଫେରୁଛନ୍ତି। ବସ୍ ,ଟ୍ରେନ ଓ ଅନ୍ୟ ଯାନବାହନ ମାଧ୍ୟମରେ ୨ଲକ୍ଷ ୩୭ହଜାର ୬୯୮ଜଣ ଓଡ଼ିଆ ଫେରିଛନ୍ତି। ସେହିପରି ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ମୋଟ ୧ ଲକ୍ଷ ୧୮ହଜାର ୪୪୬ଟି କୋଭିଡ-୧୯ ନମୂନା ପରୀକ୍ଷା ହୋଇଥିବାବେଳେ ୧୨୬୯ଟି ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୯୭ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିବାବେଳେ ୭ଜଣଙ୍କ ମୃତ୍ୟୁ ଘଟିଛି। ୭୬୫ଜଣ ରୋଗୀ ଏବେ ସକ୍ରିୟ ସଂକ୍ରମିତ ହୋଇ କୋଭିଡ୍ ହସ୍ପିଟାଲରେ ଥିବାବେଳେ ୧୦୦୫ଜଣ ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନରେ ରହିଛନ୍ତି।

କୋଭିଡ-୧୯ ନିୟମ ଓ ଗାଇଡଲାଇନକୁ ଉଲ୍ଲଘଂନ କରିଥିବା ଅଭିଯୋଗରେ ମେ’ ୨୨ରୁ ୨୩ତାରିଖ ସକାଳ ମଧ୍ୟରେ ୧୦ଟି ମାମଲା ଦାଏର ହୋଇଛି। ଏଥିରେ ୭ଟି ମାମଲା ଲକଡାଉନ୍ ସମ୍ପର୍କିତ ହୋଇଥିବାବେଳେ ଅନ୍ୟ ୩ଟି ମାମଲା ଗୁଜବ ପ୍ରଚାର ସଂକ୍ରାନ୍ତୀୟ। ବିଭିନ୍ନ ଅଭିଯୋଗରେ ୧୯ଜଣଙ୍କୁ ଗିରଫ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Related story