ବର୍ଷକରେ ଅଢ଼େଇ ଲକ୍ଷ ଅଧିକ ଚାଷୀଙ୍କୁ ‘କାଳିଆ’ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘କାଳିଆ’ ଯୋଜନାରେ ୩ବର୍ଷରେ ୬୬୯୦କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୧୯-୨୦ ତୁଳନାରେ ୨୦୨୦-୨୧ ମସିହାରେ ଅଧିକ ଅଢ଼େଇ ଲକ୍ଷ ଚାଷୀଙ୍କୁ ‘କାଳିଆ’ ସହାୟତା ମିଳିଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ‘କାଳିଆ’ ଯୋଜନାରେ ୫୧.୦୫ଲକ୍ଷ କ୍ଷୁଦ୍ର,ନାମମାତ୍ର ଓ ଭୂମିହୀନ ଚାଷୀ […]

CM Naveen Patnaik

CM Naveen Patnaik

Ordigital Desk
  • Published: Wednesday, 31 March 2021
  • Updated: 31 March 2021, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘କାଳିଆ’ ଯୋଜନାରେ ୩ବର୍ଷରେ ୬୬୯୦କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୧୯-୨୦ ତୁଳନାରେ ୨୦୨୦-୨୧ ମସିହାରେ ଅଧିକ ଅଢ଼େଇ ଲକ୍ଷ ଚାଷୀଙ୍କୁ ‘କାଳିଆ’ ସହାୟତା ମିଳିଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ସୂଚନା ଦେଇଛନ୍ତି।

ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ‘କାଳିଆ’ ଯୋଜନାରେ ୫୧.୦୫ଲକ୍ଷ କ୍ଷୁଦ୍ର,ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରକୁ ସହାୟତା ପ୍ରଦାନ କରାଯାଇଥିଲା।

ସେ କହିଛନ୍ତି, ୨୦୧୮-୧୯ରେ ‘କାଳିଆ’ ଯୋଜନାରେ ଚାଷୀ ସହାୟତା ଓ ପ୍ରଶାସନିକ ବ୍ୟୟବାବଦରେ ୨୧୭୫.୬୬କୋଟି ଟଙ୍କା ଏବଂ ୨୦୧୯-୨୦ରେ ୩୨୪୩.୦୧କୋଟି ଟଙ୍କ ବ୍ୟୟ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ୫୩.୫୫ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରକୁ ସହାୟତା ପ୍ରଦାନ କରାଯାଇଛି ଓ ଏବାବଦରେ ଚଳିତବର୍ଷ ଫେବୃୟାରୀ ମାସ ସୁଦ୍ଧା ୧୨୭୨.୧୯କୋଟି ଟଙ୍କା ବ୍ୟୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos