୨.୮୦ କୋଟି ଲୋକ କୋଭିଡ୍ ଟିକା ନେଲେଣି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଗତକାଲି ସୁଦ୍ଧା ମୋଟ ୨.୮୦କୋଟି ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି । ଗତକାଲି ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ୪ଲକ୍ଷ ୧୬ହଜାର ୪୫୪ ଡୋଜ୍ ଟିକା ପ୍ରଦାନ କରାଯାଇଛି । ଜାନୁୟାରୀ […]

Vaccine

Ordigital Desk
  • Published: Tuesday, 21 September 2021
  • , Updated: 21 September 2021, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଗତକାଲି ସୁଦ୍ଧା ମୋଟ ୨.୮୦କୋଟି ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି । ଗତକାଲି ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ୪ଲକ୍ଷ ୧୬ହଜାର ୪୫୪ ଡୋଜ୍ ଟିକା ପ୍ରଦାନ କରାଯାଇଛି । ଜାନୁୟାରୀ ୧୬ତାରିଖରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏବେସୁଦ୍ଧା ୨କୋଟି ୮୦ଲକ୍ଷ ଟିକାକରଣ ହୋଇଥିବାବେଳେ ଏଥିରେ ୬୬ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏବେ ରାଜ୍ୟ ସରକାରଙ୍କ ପାଖରେ ୨୨ଲକ୍ଷ ଟିକା ମହଜୁଦ ହୋଇ ରହିଛି । ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ଓଡ଼ିଶାରେ ଗୋଟିଏ ଦିଗରେ ୪.୧୬ଲକ୍ଷ ଟିକା ପ୍ରଦାନ କରାଯିବାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଏହା ଏକ ମାଇଲଖୁଣ୍ଟ ବୋଲି କହିଥିଲେ । ଏଥିପାଇଁ ସେ ସ୍ୱାସ୍ଥ୍ୟକର୍ମୀମାନଙ୍କର ପ୍ରତିବଦ୍ଧତା ଓ କଠିନ ପରିଶ୍ରମକୁ ପ୍ରଂଶସା କରିଥିଲେ।

Related story