୨ ଚୋରଙ୍କୁ କରୋନା; କ୍ୱାରେଣ୍ଟାଇନ୍‌ରେ ଗଲେ ୧୮ ପୁଲିସ୍‌ କର୍ମଚାରୀ

ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୧୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ କେବଳ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ମଧ୍ୟ ପଜିଟିଭ ଆସିଥିବାରୁ  ପୁରୀ ଜିଲ୍ଲାର ୨ଟି ଥାନାର ୧୮ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ କଣାସ ଥାନାର ୧୧, ଗଡ଼ିଶାଗୋଦା ଥାନାର ୭ କର୍ମଚାରୀ ଅଛନ୍ତି। ଗତ ୪ ଦିନ ତଳେ କଣାସ ପୁଲିସ୍‌ ଜଣେ ଗାଡ଼ି […]

COrona-5-(1)

Niharika Rout
  • Published: Wednesday, 17 June 2020
  • , Updated: 17 June 2020, 12:04 PM IST

ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୧୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ କେବଳ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ମଧ୍ୟ ପଜିଟିଭ ଆସିଥିବାରୁ  ପୁରୀ ଜିଲ୍ଲାର ୨ଟି ଥାନାର ୧୮ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ କଣାସ ଥାନାର ୧୧, ଗଡ଼ିଶାଗୋଦା ଥାନାର ୭ କର୍ମଚାରୀ ଅଛନ୍ତି।

ଗତ ୪ ଦିନ ତଳେ କଣାସ ପୁଲିସ୍‌ ଜଣେ ଗାଡ଼ି ଚୋରକୁ ଧରିଥିଲା। ଗଡ଼ିଶାଗଦା ପୁଲିସ୍‌ ମଧ୍ୟ ଜଣେ ଲୁଟେରାକୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତଙ୍କ ନମୁନା ପଜିଟିଭ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Related story