ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଜବତ ହୋଇଛି ଚୋରା ବନ୍ଧୁକ, ଗୁଳି। କାର୍ରେ ଡିଲ୍ ପାଇଁ ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ କଳ୍ପନା ଛକରୁ ଧରିଲା କ୍ରାଇମବ୍ରାଞ୍ଚ। ଏଥିରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଛି।
ଗିରଫଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି । ଦୁଇ ପୁରୁଷଙ୍କ ଘର କେନ୍ଦ୍ରାପଡ଼ାରେ ସେମାନେ ହେଲେ ରାଜେନ୍ଦ୍ର ସାହୁ ଏବଂ ଗୌରାଙ୍ଗ ଜେନା । ଗିରଫ ମହିଳାଜଣକ ପୁରୀ ଜିଲ୍ଲା ନିମାପଡ଼ାର ଜ୍ୟୋଷ୍ଣାରାଣୀ ଦାସ ବୋଲି ଜଣାପଡ଼ିଛି।
ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ନାଇନ୍ ଏମ୍ଏମ୍ ପିସ୍ତଲ, ୪ ଗୁଳି ଏବଂ ଅନ୍ୟ ମାରଣାସ୍ତ୍ର ଓ ଏକ ସ୍କର୍ପିଓ ଜବତ କରାଯାଇଛି। ଏନେଇ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯିବ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦାଦନ ସର୍ଦ୍ଦାରର ଦବଙ୍ଗଗିରି; ଶ୍ରମିକଙ୍କୁ କିଡ୍ନାପ କରି ନେଇ ନିର୍ଧୂମ ଛେଚିଲେ
ଦାଦନ ଯିବା ପାଇଁ ୪୦ ହଜାର ଟଙ୍କା ବଇନା ଆଣିଥିଲେ ଅଜିତ। ସେହି ଟଙ୍କା ଲେଣଦେଣକୁ ନେଇ ଅଜିତଙ୍କୁ ସର୍ଦ୍ଦାର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ।
Politics
ଶ୍ରୀଜିଉଙ୍କୁ ଦର୍ଶନ କଲେ ରଘୁବର ଦାସ, କହିଲେ - ଦଳ ଯେଉଁ ଦାୟିତ୍ୱ ଦେବ ନିର୍ବାହ କରିବି
ଗତକାଲି ହଠାତ୍ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।
Weather
ଆହୁରି ୨୪ ଘଣ୍ଟା ବର୍ଷିବ
ଆଜି ସକାଳେ ଟ୍ୱିନ୍ ସିଟି ସମେତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି।
Miscellaneous
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପରଲୋକ
କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।
Miscellaneous
ଭରତପୁର ଥାନା ପ୍ରସଙ୍ଗ: ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ସାରିବାକୁ ନିର୍ଦ୍ଦେଶ
ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇ ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।