ଗଁଦିଆରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଘଟଣା: ୨ ବିଜେପି କର୍ମୀଙ୍କୁ ମିଳିଲା ଜାମିନ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାସ୍ଥଳରେ କଳାପତାକା ପ୍ରଦର୍ଶନ କରିବା ଅଭିଯୋଗରେ ୧୦ ଜଣ ଗିରଫ ବିଜେପି କର୍ମୀଙ୍କ ମଧ୍ୟରୁ ଆଜି ଦୁଇ ଜଣଙ୍କୁ ଜାମିନ୍ ମିଳିଛି।  ଆଠ ଜଣ ବିଜେପି କର୍ମୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ସମୟରେ ବିଜେପି କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ […]

dkl

Rakesh Mallick
  • Published: Sunday, 26 June 2016
  • , Updated: 26 June 2016, 02:25 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାସ୍ଥଳରେ କଳାପତାକା ପ୍ରଦର୍ଶନ କରିବା ଅଭିଯୋଗରେ ୧୦ ଜଣ ଗିରଫ ବିଜେପି କର୍ମୀଙ୍କ ମଧ୍ୟରୁ ଆଜି ଦୁଇ ଜଣଙ୍କୁ ଜାମିନ୍ ମିଳିଛି।  ଆଠ ଜଣ ବିଜେପି କର୍ମୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତକାଲି ମୁଖ୍ୟମନ୍ତ୍ରୀ ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ସମୟରେ ବିଜେପି କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ କଳାପତାକା ପ୍ରଦର୍ଶନ କରିବା ଅଭିଯୋଗରେ ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ସମେତ ୫୦ ଜଣ କର୍ମୀଙ୍କୁ ପୋଲିସ୍ ଅଟକ ରଖିଥିଲା।

ସେହିପରି  ବାଜି ଚୌକ ଛକ ଠାରେ କଳାପତାକା ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ପାଇ ୧୨ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଥିଲା।

Related story