ବାରିପଦା(ମାଣିକଲାଲ ପାଣି): ଗାଧୋଇବାକୁ ଯାଇ ମଝି ନଈରେ ଫସିଗଲେ ୨ ଯୁବକ । ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ମୃତ୍ୟୁ ସହ ଲୁଚକାଳି ଖେଳ ଖେଳି ଶେଷରେ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଲେ। ଏପରି ଏକ ଛାତି ଥରା ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକରେ ଘଟିଯାଇଛି।
ଏହି ବ୍ଲକ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୁ ଆଜି ସକାଳେ ଉପେନ୍ଦ୍ର ସିଂ ଓ ଦେବେନ୍ଦ୍ର ସିଂ ନାମକ ୨ ସମ୍ପର୍କୀୟ ଭାଇ ଗାଧୋବାକୁ ଯାଇଥିଲେ। ସେମାନେ ନଦୀ ଭିତରେ ପ୍ରାୟ ୨୫ ଫୁଟ ଦୂରକୁ ପଳାଇଥିଲେ। ସେତେବେଳେ ନଦୀରେ ବିଶେଷ ପାଣି ନ ଥିବା ବେଳେ ହଠାତ୍ ପାଣି ମାଡ଼ି ଆସିଲା। ଉଛୁଳା ନଦୀକୁ ଦେଖି ଜୀବନ ବିକଳରେ ୨ ଭାଇ ନଦୀ ମଝିରେ ଥିବା ଏକ ପଥର ଉପରକୁ ଉଠି ଯାଇଥିଲେ। ତାଙ୍କ ସହ ୨ ଛେଳି ମଧ୍ୟ ଭୟଭୀତ ହୋଇ ପଥର ଉପରକୁ ପଳାଇଥିଲେ।
ପ୍ରାୟ ଘଣ୍ଟାଏ କାଳ ସେଠାରେ ୨ ଭାଇ ଫସି ରହିବା ପରେ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ୨ ଭାଇ ନଦୀରେ ପହଁରି କୂଳକୁ ଚାଲି ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ, ୧୬ରୁ ପୁଣି ଚାଲିବ
ଆସନ୍ତା ୧୬ ତାରିଖଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ।
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।