ବାଣ ଫୁଟି ଜଳିଗଲା ଘର, ଆଖି ବୁଜିଲେ ୨ ଶିଶୁ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ଆଜି ବାଣ ବିସ୍ଫୋରଣରେ ଏକ ଘର ଜଳି ଯାଇଥିବା ବେଳେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ସୋଗର ଗାଁରେ ସରୋଜ ସାହୁ ନାମକ ଜଣେ ବ୍ୟକ୍ତି ନିଜ ଘରେ ଏକ ଦୋକାନ ଦେଇଛନ୍ତି। ଏହି ଦୋକାନରେ ବିଭିନ୍ନ ସାମଗ୍ରୀ ସହ […]

kamakhya

kamakhya

Niharika Rout
  • Published: Wednesday, 06 May 2020
  • Updated: 06 May 2020, 01:24 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ଆଜି ବାଣ ବିସ୍ଫୋରଣରେ ଏକ ଘର ଜଳି ଯାଇଥିବା ବେଳେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସୋଗର ଗାଁରେ ସରୋଜ ସାହୁ ନାମକ ଜଣେ ବ୍ୟକ୍ତି ନିଜ ଘରେ ଏକ ଦୋକାନ ଦେଇଛନ୍ତି। ଏହି ଦୋକାନରେ ବିଭିନ୍ନ ସାମଗ୍ରୀ ସହ ବାଣ ମଧ୍ୟ ବିକ୍ରି ହୋଇଥାଏ। ଦୋକାନର ଉପର ମହଲାରେ ଷ୍ଟୋର ରୁମ୍‌ ଅଛି ଓ ସେଠାରେ ବିଭିନ୍ନ ଜିନିଷ ଗଚ୍ଛିତ ରହିଛି। ଆଜି ତାଙ୍କ ପରିବାରର ୩ ଜଣ ଶିଶୁ ଅନ୍ୟମାନଙ୍କ ଅଜାଣତରେ ଉକ୍ତ ଷ୍ଟୋର ରୁମ୍‌କୁ ଯାଇଥିବା ବେଳେ କୌଣସି କାରଣରୁ ସେଠାରେ ନିଆଁ ଲାଗି ଯାଇଥିଲା। ଫଳରେ ସେଠାରେ ଗଚ୍ଛିତ ଥିବା ବାଣ ଫୁଟିଥିଲା ଏବଂ ଏହି ଶିଶୁମାନେ ବାହାରି ପାରି ନଥିଲେ।

ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୨ ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଶିଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ୨ ଶିଶୁଙ୍କ ବୟସ ୬ ବର୍ଷ ଓ ୮ ବର୍ଷ ହେବ ବୋଲି ଜଣାଯାଇଛି।  ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos