ରାଜଧାନୀରେ ସ୍କୁଲକୁ ଛୁଇଁଲା କରୋନା; ଦୁଇ ଛାତ୍ର, ୧୦ ଶିକ୍ଷକ ପଜିଟିଭ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ସ୍କୁଲକୁ ଡେଇଁଲା କୋରୋନା। କ୍ୟାପିଟାଲ ହାଇସ୍କୁଲର ଦୁଇ ଜଣ ଛାତ୍ର କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେପଟେ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବୁଧବାର ସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ୍‌ ହୋଇଥିଲା। ସେମାନଙ୍କ ଭିତରୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର କରୋନା ପଜିଟିଭ୍‌ ହୋଇଥିବା ଚିହ୍ନଟ କରାଯାଇଛି। ସେମାନଙ୍କୁ ସଂଗରୋଧରେ ରଖାଯାଇଛି। ଅନ୍ୟ ଛାତ୍ରମାନେ ନେଗେଟିଭ ଥିବା ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ ସୂଚନା […]

Student

Student

Manoranjan Sial
  • Published: Thursday, 09 December 2021
  • Updated: 09 December 2021, 04:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ସ୍କୁଲକୁ ଡେଇଁଲା କୋରୋନା। କ୍ୟାପିଟାଲ ହାଇସ୍କୁଲର ଦୁଇ ଜଣ ଛାତ୍ର କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେପଟେ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ବୁଧବାର ସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ୍‌ ହୋଇଥିଲା। ସେମାନଙ୍କ ଭିତରୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର କରୋନା ପଜିଟିଭ୍‌ ହୋଇଥିବା ଚିହ୍ନଟ କରାଯାଇଛି। ସେମାନଙ୍କୁ ସଂଗରୋଧରେ ରଖାଯାଇଛି। ଅନ୍ୟ ଛାତ୍ରମାନେ ନେଗେଟିଭ ଥିବା ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଦୁଇ ଛାତ୍ର ପଜିଟିଭ ଚିହ୍ନଟ ପରେ ସ୍କୁଲ ଓ ଶ୍ରେଣୀଗୃହକୁ ବିଶୋଧ କରାଯାଇ କଟକଣା ଭିତରେ ପାଠପଢ଼ା ଚାଲିଛି।

ସେପଟେ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଲକ୍ଷଣ ଦେଖାଯିବା ପରେ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆରଟିପିସିଆର ଟେଷ୍ଟ ସେମାନେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ କୋଭିଡ୍‌ ନିୟମ ଅନୁଯାୟୀ ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଚାଲିଛି। ଅନ୍ୟ ସମସ୍ତ କ୍ଲାସ୍‌ ଅଫ୍‌ଲାଇନ ବଦଳରେ ଅନ୍‌ଲାଇନରେ ଚାଲୁ ରହିଛି।

ଏହା ପୂର୍ବରୁ ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜରୁ ୫୩ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଯେଉଁଥିପାଇଁ ଉକ୍ତ ସ୍କୁଲକୁ ସିଲ୍‌ କରାଯାଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା।

କେବଳ ଢ଼େଙ୍କାନାଳ ନୁହେଁ, ତା’ ପୂର୍ବରୁ ସୁନ୍ଦରଗଡ଼, ସମ୍ୱଲପୁର, ଅନୁଗୋଳ ଓ ଯାଜପୁରରେ ମଧ୍ୟ ସ୍କୁଲ ପିଲା ମହାମାରୀ କରୋନା ଜାଲରେ ପଡ଼ିଛନ୍ତି। ଯେଉଁଥିପାଇଁ ସ୍କୁଲକୁ ସାନିଟାଇଜ୍‌ କରାଯାଇ ପିଲାମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story