ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ସିରିଜ୍ ଦୁର୍ଘଟଣା। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଆୟୁଷ ଡାକ୍ତର ମଧ୍ୟ ଅଛନ୍ତି।
ଗତାକାଲି ରାତି ପ୍ରାୟ ୮ଟା ବେଳେ ବାଇଗଣ ବାଡିଆ ଛକ ନିକଟରେ ୧୮ ନମ୍ବର ଜାତୀୟ ରାଜପଥରେ ଏହି ସିରିଜ୍ ଦୁର୍ଘଟଣା ଘଟିଥିଲା। ପ୍ରଥମେ ଜଣେ ସାଇକେଲ୍ ଆରୋହୀଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ଉଭୟ ସାଇକେଲ୍ ଓ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।
ଦୁଇ ଜଣ ରାସ୍ତାରେ ପଡ଼ିଥିବା ଦେଖି ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ହଠାତ୍ ବ୍ରେକ୍ ମାରିଥିଲା। ଫଳରେ ଡମ୍ପର ପଛରେ ଆସୁଥିବା ଆଉ କିଛି ବାଇକ୍ ଓ ସାଇକେଲ ବି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
ଏହି ଦୁର୍ଘଟଣାରେ ଆୟୁଷ ଡାକ୍ତର ରାମଚନ୍ଦ୍ର ହେମ୍ବ୍ରମଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେ କୁଳିଅଣା ଡାକ୍ତରଖାନାରେ କାମ କରୁଥିଲେ। ଆଉ ଜଣେ ବାଇକ୍ ଆରୋହୀଙ୍କର ବାରିପଦା ମେଡିକାଲରେ ମୃତ୍ୟୁ ହୋଇଥିଲା। ହେଲେ ଏଯାଏ ତାଙ୍କ ପରିଚୟ ମିଳିପାରିନି। ୩ ଗୁରୁତର ଏବେ ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।