ବ୍ରିଜ୍‌ରେ ପିଟି ହୋଇ ନାଳକୁ ଖସିଲା ବାଇକ୍

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଗତକାଲି ବିଳମ୍ବିତ ରାତିରେ ଏକ  ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଦ୍ୱୟ ସ୍ଥାନୀୟ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ ଓ ଅଭିଜିତ ପାଣିଗ୍ରାହୀ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ଓ ଅଭିଜିତ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ନାକଟିଦେଉଳ […]

accident

Niharika Rout
  • Published: Thursday, 19 November 2020
  • , Updated: 19 November 2020, 08:52 AM IST

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଗତକାଲି ବିଳମ୍ବିତ ରାତିରେ ଏକ  ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଦ୍ୱୟ ସ୍ଥାନୀୟ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ ଓ ଅଭିଜିତ ପାଣିଗ୍ରାହୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ଓ ଅଭିଜିତ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ନାକଟିଦେଉଳ ରାସ୍ତାର ଡିମିରିକୁଦାଠାରେ ଥିବା ଏକ ବୁଲାଣି ପୋଲ ନିକଟରେ ବାଇକ୍‌ଟି ପୋଲ ବାଡ଼ାରେ ପିଟିହୋଇଯାଇଥିଲ। ଏହାପରେ ବାଇକ୍‌ ସହ ୨ ଯୁବକ ତଳକୁ ଖସି ପଡ଼ିଥିଲେ। ରାତିରେ ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ପାଇପାରି ନ ଥିଲେ।

ଆଜି ସକାଳୁ କିଛି ସ୍ଥାନୀୟ ଲୋକ ନାଳରେ ୨ ମୃତଦେହ ଭାସୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହ ଓ ବାଇକ୍‌ ଉଦ୍ଧାର କରିଛି। ଉଭୟଙ୍କ ପରିବାର ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଜଣାଯାଇଛି।

Related story