ଏନକାଉଣ୍ଟରରେ କିଏ ଟଳିଲେ? ନକ୍ସଲ ନା ସାଧାରଣ ଲୋକ

ମାଲକାନିଗିରି(ଜିତେନ୍ଦ୍ର ବେଉରା): ପୁଲିସ୍‌ ଏନକାଉଣ୍ଟରରେ ଟଳିଥିବା ୨ ଜଣଙ୍କୁ ନେଇ ଘନେଇଛି ବିବାଦ । ପ୍ରାଣ ହରାଇଥିବା ୨ ଜଣ ନିରୀହ ଲୋକ ବୋଲି ଗାଁ ଲୋକେ ଦର୍ଶାଉଥିବା ବେଳେ ସେମାନେ ନକ୍ସଲ ବୋଲି ଯୁକ୍ତି ବାଢ଼ୁଛି ପୁଲିସ୍‌  । ଏହାକୁ ନେଇ ପୁଲିସ୍ ଓ ଗ୍ରାମବାସୀ ମୁହାଁମୁହିଁ ହେଉଥିବା ବେଳେ ଗତକାଲି ରାତିରେ ଦେଖାଦେଇଛି ଉତ୍ତେଜନା। ତୁରନ୍ତ ଏହି ୨ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଗ୍ରାମବାସୀ ଗତ ରାତିରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ […]

mkl

mkl

Niharika Rout
  • Published: Monday, 14 November 2022
  • Updated: 14 November 2022, 01:52 PM IST

Sports

Latest News

ମାଲକାନିଗିରି(ଜିତେନ୍ଦ୍ର ବେଉରା): ପୁଲିସ୍‌ ଏନକାଉଣ୍ଟରରେ ଟଳିଥିବା ୨ ଜଣଙ୍କୁ ନେଇ ଘନେଇଛି ବିବାଦ । ପ୍ରାଣ ହରାଇଥିବା ୨ ଜଣ ନିରୀହ ଲୋକ ବୋଲି ଗାଁ ଲୋକେ ଦର୍ଶାଉଥିବା ବେଳେ ସେମାନେ ନକ୍ସଲ ବୋଲି ଯୁକ୍ତି ବାଢ଼ୁଛି ପୁଲିସ୍‌  । ଏହାକୁ ନେଇ ପୁଲିସ୍ ଓ ଗ୍ରାମବାସୀ ମୁହାଁମୁହିଁ ହେଉଥିବା ବେଳେ ଗତକାଲି ରାତିରେ ଦେଖାଦେଇଛି ଉତ୍ତେଜନା।

ତୁରନ୍ତ ଏହି ୨ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଗ୍ରାମବାସୀ ଗତ ରାତିରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଧାରଣାରେ ବସିଥିବା ବେଳେ ପୁଲିସ୍‌ ୧୯ ଜଣଙ୍କୁ ଉଠାଇ ନେଇଛି। ସାଧାରଣ ଲୋକଙ୍କୁ ହତ୍ୟା ପ୍ରତିବାଦରେ ଆସନ୍ତା ୧୮ ତାରିଖରେ କୋରାପୁଟ ଓ ମାଲକାନିଗିରରେ ବନ୍ଦ ପାଳନ କରାଯିବ ବୋଲି ଚେତାବନୀ ଦେଇଛି ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନ ।

ଗତ ୧୦ ତାରିଖ ରାତିରେ ବୈପାରୀଗୁଡ଼ା ଥାନା ରାମଗିରି ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଜଙ୍ଗଲରେ ୧୫ରୁ ୨୦ ଜଣ ନକ୍ସଲ ମେଳି କରିଥିବା ଖବର ପାଇ ଏସଓଜି ଓ ବିଏସଏଫ୍ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ଏଥିରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୁରକ୍ଷାକର୍ମୀ ଦର୍ଶାଇଥିଲେ ।

ଏନକାଉଣ୍ଟର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଲକାନଗିରି ସର୍ଗିଗୁଡ଼ା ଗାଁର ଧନ କୁମାର । ସେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିଲେ ।  ଗଞ୍ଜେଇ ବ୍ୟବସାୟ କରୁଥିବା ମାଫିଆଙ୍କ ପାଖରେ ଶ୍ରମିକ ଭାବରେ କାମ କରୁଥିଲେ ।

ପୁଲିସ୍ ଜାଣିଶୁଣି ଫେକ୍ ଏନକାଉଣ୍ଟର କରି ଏମାନଙ୍କୁ ନକ୍ସଲ ଆଖ୍ୟା ଦେଇ ଏନକାଉଣ୍ଟର କରିଥିବା ଅଭିଯୋଗ କରିଛନ୍ତି ଗାଁଲୋକେ । ତୁରନ୍ତ ଘଟଣାର ତଦନ୍ତ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି ।

ଏହି ଫେକ୍ ଏନକାଉଣ୍ଟର ଅଭିଯୋଗକୁ ନେଇ ନକ୍ସଲଙ୍କ ପକ୍ଷରୁ ଅଡିଓ ଟେପ୍ ଜାରି କରାଯାଇଛି।  ଏହି ଅଡିଓ ଟେପ୍ ଜାରି କରି ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନ ପ୍ରବକ୍ତା ରାକେଶ ଅଡିଓ କହିଛନ୍ତି, ଏନ୍‌ଉଣ୍ଟରରେ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।  ମୃତକମାନେ ନକ୍ସଲ ନୁହନ୍ତି । ସାଧାରଣ ଲୋକଙ୍କୁ ହତ୍ୟା ପ୍ରତିବାଦରେ ଆସନ୍ତା ୧୮ ତାରିଖରେ କୋରାପୁଟ ଓ ମାଲକାନିଗିରରେ ବନ୍ଦ ପାଳନ କରାଯିବ ବୋଲି ରାକେଶ କହିଛନ୍ତି  ।

ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ପୁଲିସ କୁମ୍ବିଂ ନାମରେ ଏହିଭଳି ନିରୀହ ଜନତାକୁ ଗୁଳିକରି ମିଥ୍ୟା ଏନକାଉଣ୍ଟରର ଆଖ୍ୟା ଦେଉଛି ।  ଏପରିକି ନକଲି ବନ୍ଧୁକ ଏବଂ ନକ୍ସଲ ସାମଗ୍ରୀ ଗଣମାଧ୍ୟମକୁ ଦେଇ ଏହାକୁ ସତ ଏନକାଉଣ୍ଟର ଭାବେ ଉପସ୍ଥାପନ କରୁଥିବା କହିଛନ୍ତି ରାକେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos