ଅକାଳରେ ଜୀବନ ହାରିଲେ ୨ ହାତୀ

ସମ୍ବଲପୁର/ଆସିକା(ଓଡ଼ିଶା ରିପୋର୍ଟର): ରାଜ୍ୟର ୨ଟି ସ୍ଥାନରେ ଅକାଳରେ ଆଖି ବୁଜିଛନ୍ତି ୨ ହାତୀ। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସମ୍ବଲପୁର ଯଦୁ ଲୋଇସିଂହା ଏକ ଦନ୍ତା ପ୍ରାଣ ହରାଇଥିବା ବେଳେ ଗଞ୍ଜାମର ଆସିକାରେ କାଦୁଅରେ ଫସି ଏକ ୩ ମାସ ହାତୀ ଛୁଆର ମୃତ୍ୟୁ ହୋଇଛି। ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ବିଲ ଭିତରେ ୧୨ ବର୍ଷ ବୟସ୍କ ଏକ ଦନ୍ତା ହାତୀର ମୃତଦେହ ପଡ଼ି ରହିଛି । ଜମି ଭିତରେ କେହି ଦୁର୍ବୃତ୍ତ  ୧୧ କେଭି […]

hati

Niharika Rout
  • Published: Tuesday, 01 December 2020
  • , Updated: 01 December 2020, 10:58 AM IST

ସମ୍ବଲପୁର/ଆସିକା(ଓଡ଼ିଶା ରିପୋର୍ଟର): ରାଜ୍ୟର ୨ଟି ସ୍ଥାନରେ ଅକାଳରେ ଆଖି ବୁଜିଛନ୍ତି ୨ ହାତୀ। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସମ୍ବଲପୁର ଯଦୁ ଲୋଇସିଂହା ଏକ ଦନ୍ତା ପ୍ରାଣ ହରାଇଥିବା ବେଳେ ଗଞ୍ଜାମର ଆସିକାରେ କାଦୁଅରେ ଫସି ଏକ ୩ ମାସ ହାତୀ ଛୁଆର ମୃତ୍ୟୁ ହୋଇଛି।

ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ବିଲ ଭିତରେ ୧୨ ବର୍ଷ ବୟସ୍କ ଏକ ଦନ୍ତା ହାତୀର ମୃତଦେହ ପଡ଼ି ରହିଛି । ଜମି ଭିତରେ କେହି ଦୁର୍ବୃତ୍ତ  ୧୧ କେଭି ବିଦ୍ୟୁତ୍‌ ତାର ବିଛାଇଥିବା ଯୋଗୁ ହାତୀର ଶୋଚନୀୟ ମୃତ୍ୟୁ ଘଟିଥିବା DFO ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି ।

ଏହି ଘଟଣାର ତଦନ୍ତ କରି ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ACFଙ୍କୁ ନିର୍ଦ୍ଦେଶ ଦେଇଛନ୍ତି DFO । ଗତ ଦୁଇ ଦିନ ତଳେ ଘଟଣା ଘଟିଥିବା ବେଳେ ବନ ବିଭାଗ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିପରି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଲାଉଗଡ଼ ଗାଁ  ନିକଟ ଧାନବିଲରୁ ଏକ ୩ ମାସର ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। କାଦୁଅରେ ଫସି ହାତୀଛୁଆର ମୃତ୍ୟ ହୋଇଥିବା ସନ୍ଦେହ କରାଯାଉଛି।

Related story