ମାଓବାଦୀଙ୍କ ଶକ୍ତିଶାଳୀ ବିସ୍ଫୋରଣ: ୨ ଯବାନ ସହିଦ
ଛତିଶଗଡ଼ ଗିରିଆବନ୍ଧ ଏସପିଙ୍କ ସୂଚନା ଅନୁସାରେ ଗତକାଲି ନୂଆପଡ଼ା ସୀମାନ୍ତ ଆମାମୋଲା ଗାଁରେ ଛତିଶଗଡ଼ ପୋଲିସ ପକ୍ଷରୁ ସମସ୍ୟା ନିବାରଣ ଶିବିର ଆୟୋଜିତ ହେବାର ଥିଲା। ତେବେ ଶିବିର ପୂର୍ବରୁ ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ମାଓବାଦୀମାନେ ରାସ୍ତାରେ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ। ଘଟଣାସ୍ଥଳରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିଲା ବେଳେ ଗିରିଆବନ୍ଧ ଡାକ୍ତରଖାନାରେ ଆଉ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି।
ବିସ୍ଫୋରଣରେ ଯବାନଙ୍କ ବାଇକ ଚୂରମାର ହୋଇଯାଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଛତିଶଗଡ଼ ପୋଲିସ ପକ୍ଷରୁ ଯୋରଦାର କମ୍ବିଂ ଅପରେସନ କରାଯାଉଛି। ନୂଆପଡ଼ା ପୋଲିସ ପକ୍ଷରୁ ମଧ୍ୟ ସତର୍କ ରହିଥିବା ଏସପି ସ୍ମିଥ୍ ପରମାର ସୂଚନା ଦେଇଛନ୍ତି।
Ordigital Desk
• Published: Thursday, 03 May 2018
• Updated: 03 May 2018, 08:09 AM IST
Sports
Latest News
ଛତିଶଗଡ଼ ଗିରିଆବନ୍ଧ ଏସପିଙ୍କ ସୂଚନା ଅନୁସାରେ ଗତକାଲି ନୂଆପଡ଼ା ସୀମାନ୍ତ ଆମାମୋଲା ଗାଁରେ ଛତିଶଗଡ଼ ପୋଲିସ ପକ୍ଷରୁ ସମସ୍ୟା ନିବାରଣ ଶିବିର ଆୟୋଜିତ ହେବାର ଥିଲା। ତେବେ ଶିବିର ପୂର୍ବରୁ ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ମାଓବାଦୀମାନେ ରାସ୍ତାରେ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ। ଘଟଣାସ୍ଥଳରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିଲା ବେଳେ ଗିରିଆବନ୍ଧ ଡାକ୍ତରଖାନାରେ ଆଉ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି।
ବିସ୍ଫୋରଣରେ ଯବାନଙ୍କ ବାଇକ ଚୂରମାର ହୋଇଯାଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଛତିଶଗଡ଼ ପୋଲିସ ପକ୍ଷରୁ ଯୋରଦାର କମ୍ବିଂ ଅପରେସନ କରାଯାଉଛି। ନୂଆପଡ଼ା ପୋଲିସ ପକ୍ଷରୁ ମଧ୍ୟ ସତର୍କ ରହିଥିବା ଏସପି ସ୍ମିଥ୍ ପରମାର ସୂଚନା ଦେଇଛନ୍ତି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos