ପିସି ଭାଗବଣ୍ଟା ପାଇଁ ରେଟ୍‌ ଚାଟ୍‌ କରୁଥିଲେ ୨ ଜେଇ, ଶେଷରେ...

ନୂଆପଡ଼ା(ମାୟାଧର ସରାଫ): ବିଲ୍‌ ପାସ୍‌ ପାଇଁ ହେଉଥିଲା ପିସି କାରବାର। କାହାର ଭାଗ କେତେ, କିଏ କେତେ ନେବ ସେ ନେଇ ରେଟ ଚାର୍ଟ ବି ପ୍ରସ୍ତୁତ ହୋଇଥିଲା। କାଗଜ କଲମରେ ସବୁ ହିସାବ କରିଥିଲେ ୨ ଜେଇ। ଆଉ ଠିକାଦାରଙ୍କୁ ଘରକୁ ଡାକି ଏ ସମ୍ପର୍କୀତ ତାଲିକା ବି ଦେଇଥିଲେ। ହେଲେ ଠିକାଦାର ଜଣକ ପୂରା ଘଟଣାର ଭିଡିଓ କରି ତାହାକୁ ଭାଇରାଲ କରିଦେଲେ। ଶେଷରେ ସସପେଣ୍ଡ ହେଲେ ୨ କନିଷ୍ଠ ଯନ୍ତ୍ରୀ। ନୂଆପଡ଼ା ଜିଲ୍ଲା […]

pc transaction

pc transaction

Niharika Rout
  • Published: Tuesday, 20 July 2021
  • Updated: 21 July 2021, 09:22 AM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ): ବିଲ୍‌ ପାସ୍‌ ପାଇଁ ହେଉଥିଲା ପିସି କାରବାର। କାହାର ଭାଗ କେତେ, କିଏ କେତେ ନେବ ସେ ନେଇ ରେଟ ଚାର୍ଟ ବି ପ୍ରସ୍ତୁତ ହୋଇଥିଲା। କାଗଜ କଲମରେ ସବୁ ହିସାବ କରିଥିଲେ ୨ ଜେଇ। ଆଉ ଠିକାଦାରଙ୍କୁ ଘରକୁ ଡାକି ଏ ସମ୍ପର୍କୀତ ତାଲିକା ବି ଦେଇଥିଲେ। ହେଲେ ଠିକାଦାର ଜଣକ ପୂରା ଘଟଣାର ଭିଡିଓ କରି ତାହାକୁ ଭାଇରାଲ କରିଦେଲେ। ଶେଷରେ ସସପେଣ୍ଡ ହେଲେ ୨ କନିଷ୍ଠ ଯନ୍ତ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ପିସି କାରବାର ଘଟଣାର ଭିଡିଓ ଭାଇରାଲ ହେବା ପରେ ନିଆଯାଇଛି ଏପରି  କାର୍ଯ୍ୟାନୁଷ୍ଠାନ। ସସ୍‌ପେଣ୍ଡ ହୋଇଥିବା ୨ ଜେଇ ହେଲେ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ।

[caption id="attachment_660185" align="aligncenter" width="650"]video viral ୨ ଜେଇଙ୍କ ମଧ୍ୟରେ ପିସି କାରବାର ପାଇଁ ରେଟ ଚାର୍ଟ ପ୍ରସ୍ତୁତ ହେଉଥିବାର ଭିଡିଓ ଭାଇରାଲ।[/caption]

ଅଭିଯୋଗ ଅନୁସାରେ, ସିନାପାଲି ବ୍ଲକ୍‌ର କାପସି ଡଙ୍ଗରିପଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏକ କମ୍ୟୁନିଟି ସେଣ୍ଟର ତିଆରି ହୋଇଛି। ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା। ସେଥିରୁ କିଏ କେତେ ନେବେ ତାହାର ହିସାବ ହୋଇଥିଲା ଜେଇ ଉପେନ୍ଦ୍ର ତିହାଡ଼ିଙ୍କ ଘରେ। ଏଥିନିମନ୍ତେ ଏହି ବୈଠକ ବସିଥିଲା ଏବଂ ସେଠାରେ ରେଟ୍ ଚାର୍ଟ ବଖାଣିଥିଲେ ଆଉ ଜଣେ ଜେଇ ନାରାୟଣ ସାହୁ। କାଲକୁଲେଟରରେ ହିସାବକିତାବ ପରେ ଟଙ୍କା ଭାଗବଣ୍ଟା ବି ହୋଇଥିଲା। ସେଠାକୁ ଠିକାଦାର ଗୋପୀନାଥ ହଂସଙ୍କୁ ଘରକୁ ଡାକି  ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ। ଯେଉଁ ଭିଡ଼ିଓ ସାମ୍ନାକୁ ଆସିବା ପରେ ଭାଇରାଲ୍ ହେବା ସହ ଖୁବ୍‌ ଚର୍ଚ୍ଚାରେ ଥିଲା।

[caption id="attachment_660186" align="aligncenter" width="650"]video viral ୨ ଜେଇଙ୍କ ମଧ୍ୟରେ ପିସି କାରବାର ପାଇଁ ରେଟ ଚାର୍ଟ ପ୍ରସ୍ତୁତ ହେଉଥିବାର ଭିଡିଓ ଭାଇରାଲ।[/caption]

ଏହାପରେ ଉଭୟଙ୍କୁ ସସ୍‌ପେଣ୍ଡ କରାଯାଇଥିବା ପିଡି ଡିଆରଡିଏ ସୂଚନା ଦେଇଛନ୍ତି। ଏଥିସହ ପିସି କାରବାରକୁ ରୋକିବାକୁ ଏଥର ସବୁଆଡ଼େ ଅନଲାଇନ୍‌ ଟ୍ରାନଜାକସନ୍‌ ହେବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos