ବାପା ଦେଖିପାରିଲେନି ଝିଅ ବାହାଘର

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝିଅ ବାହାଘର ପାଇଁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ଭାବିଥିଲେ ହସଖୁସିରେ ଝିଅକୁ ଶ୍ୱଶୁର ଘରକୁ ପଠାଇବେ। ମାତ୍ର ଦଇବର ଖେଳ ଥିଲା ଭିନ୍ନ। ଝିଅକୁ ଛେଉଣ୍ଡ କରି ବାପାକୁ ଶ୍ମଶାନ ନେଇଗଲା। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକର କୁରୁସିଂହା ଗ୍ରାମରେ। ନିମନ୍ତ୍ରଣ କାର୍ଡ଼ ବାଣ୍ଟି ଫେରୁଥିବା ବେଳେ ଏକ ଦୁର୍ଘଟଣାରେ ରାଜୁ କିଷାନ ଓ ପଡୋଶୀ ଜଗଦୀଶ ଭଇଁସାଲଙ୍କ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୪ ତାରିଖରେ […]

accidentjharsuguda

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 10:29 PM IST

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝିଅ ବାହାଘର ପାଇଁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ଭାବିଥିଲେ ହସଖୁସିରେ ଝିଅକୁ ଶ୍ୱଶୁର ଘରକୁ ପଠାଇବେ। ମାତ୍ର ଦଇବର ଖେଳ ଥିଲା ଭିନ୍ନ। ଝିଅକୁ ଛେଉଣ୍ଡ କରି ବାପାକୁ ଶ୍ମଶାନ ନେଇଗଲା। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକର କୁରୁସିଂହା ଗ୍ରାମରେ। ନିମନ୍ତ୍ରଣ କାର୍ଡ଼ ବାଣ୍ଟି ଫେରୁଥିବା ବେଳେ ଏକ ଦୁର୍ଘଟଣାରେ ରାଜୁ କିଷାନ ଓ ପଡୋଶୀ ଜଗଦୀଶ ଭଇଁସାଲଙ୍କ ମୃତ୍ୟୁ ଘଟିଛି।

ମାର୍ଚ୍ଚ ୨୪ ତାରିଖରେ ରାଜୁଙ୍କ ଝିଅ ବାହାଘର। ଦିନ ବେଳେ ହୋଇଥାଆନ୍ତା ବାହାଘର। ସେଥିପାଇଁ ପରିବାରରେ ସମସ୍ତ ବ୍ୟସ୍ତ ଥିଲେ। ଆଜି ନିଜ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜୁ ଓ ଜଗଦୀଶ ଏକ ବାଇକରେ ଯାଇଥିଲେ। ନିମନ୍ତ୍ରଣ କାର୍ଡ ଦେଇ ଫେରୁଥିବା ବେଳେ ଘର ନିକଟରେ ସେମାନଙ୍କ ବାଇକକୁ ଏକ ବୋଲେରୋ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। କୁଲାବିରା ଥାନା ପୋଲିସ ଏକ ମାମଲା ରୁଜୁ କରିଛି।

Related story