ବାଲେଶ୍ୱର (ରଣଜିତ ପାକଳ): ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଗୁଡୁପାହି ନୂଆ ନଈରେ ପିକ୍ଅପ୍ ଭ୍ୟାନ୍ଓଲଟି ୨ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଶ୍ରମିକମାନେ ଚାନ୍ଦିପୁର ଅଞ୍ଚଳରେ ଏକ ଘରୋଇ ଚିଙ୍ଗୁଡି ଫାର୍ମରେ କାମ କରି ଆସୁଥିଲେ । ଆଜି ବଳରାମଗଡିକୁ ଇଟା ଆଣିବାକୁ ଯାଉଥିବା ବେଳେ ପିକ୍ଅପ୍ଟି ଭାରସାମ୍ୟ ହରାଇ ତଳକୁ ଖସିପିଡ଼ିଥିଲା।
ଫଳରେ ସମସ୍ତ ଶ୍ରମିକ ଗୁରୁତର ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଲୋକେ ଜିଲ୍ଲାମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୫ ଜଣଙ୍କୁ ଚିକିତ୍ସା କରାଇ ସେମାନଙ୍କୁ କଟକ ସ୍ଥାନାନ୍ତାର କରିଛନ୍ତି। ମୃତକ ଦ୍ୱୟ ହେଲେ ଗୁଦୁପାହି ଗାଁର ରବୀନ୍ଦ୍ର ହାଁସଦା ଓ ବସୁଆ ହାଁସଦା। ସେହିଭଳି ଗୁରୁତରମାନଙ୍କ ମଧ୍ୟରୁ ଜଣେ ଜଳେଶ୍ୱର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ସମସ୍ତ ଚାନ୍ଦିପୁର ଥାନା ଅଧୀନରେ ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।