ବାପ-ପୁଅ ଲସି ପିଉଥିଲେ, ଲୁଟେରା ଝାମ୍ପିନେଲେ ଟଙ୍କା ବ୍ୟାଗ

ଉଦଳା(ମାନସ ପାଣି): ଟଙ୍କା ବ୍ୟାଗ ଧରି ଲସି ପିଉଥିଲେ ବାପ-ପୁଅ। ଠିକ୍‌ ସେହି ସମୟରେ ଦୁଇ ଯୁବକ ପଲସର୍‌ରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି। ବାରିପଦାର ଜିତେନ୍ଦ୍ର ସେଠୀ ଓ ତାଙ୍କ ପୁଅ ଗଜେନ୍ଦ୍ର ଟଙ୍କା ଉଠାଇବା ପାଇଁ ଉଦଳା ଯାଇଥିଲା। ସେମାନେ ଉଦଳା ଏସ୍‌ବିଆଇରୁ ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ। ସେହି ଟଙ୍କାକୁ ଏକ ବ୍ୟାଗରେ ପୁରାଇ କଚେରୀ ଛକରେ […]

loot

Manoranjan Sial
  • Published: Wednesday, 08 June 2022
  • , Updated: 08 June 2022, 07:11 PM IST

ଉଦଳା(ମାନସ ପାଣି): ଟଙ୍କା ବ୍ୟାଗ ଧରି ଲସି ପିଉଥିଲେ ବାପ-ପୁଅ। ଠିକ୍‌ ସେହି ସମୟରେ ଦୁଇ ଯୁବକ ପଲସର୍‌ରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି।

ବାରିପଦାର ଜିତେନ୍ଦ୍ର ସେଠୀ ଓ ତାଙ୍କ ପୁଅ ଗଜେନ୍ଦ୍ର ଟଙ୍କା ଉଠାଇବା ପାଇଁ ଉଦଳା ଯାଇଥିଲା। ସେମାନେ ଉଦଳା ଏସ୍‌ବିଆଇରୁ ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ। ସେହି ଟଙ୍କାକୁ ଏକ ବ୍ୟାଗରେ ପୁରାଇ କଚେରୀ ଛକରେ ଥିବା ଦୋକାନରୁ ଲସି ପିଉଥିଲେ ବାପ-ପୁଅ। ସେହି ସମୟରେ ଦୁଇ ଜଣ ଯୁବକ ଏକ ପଲ୍‌ସର ବାଇକ୍‌ରେ ଆସି ଟଙ୍କା ବ୍ୟାଗ ଛଡ଼ାଇ ଚମ୍ପଟ ମାରିଥିଲେ। ସେମାନେ ଉଦଳା ମେଡିକାଲ୍‌ ଅଭିମୁଖେ ପଳାଇ ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଗୋଡାଇ ଥିଲେ। ମାତ୍ର ଦୁର୍ବୃତ୍ତମାନେ ବାଇକ୍‌ରେ ଦ୍ରୁତ ଗତି ପଳାଇ ଯାଇଥିଲେ। ଜିତେନ୍ଦ୍ର ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଲୁଟ୍‌ ହୋଇଥିବା ଟଙ୍କା ମିଳିପାରି ନାହିଁ।

ଠିକ୍‌ ସେମିତି ଗତକାଲି କପ୍ତିପଦାରୁ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ରଞ୍ଜିତ ରାଉତ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍‌ ଡିକିରେ ଥିଲେ। ଘରକୁ ଫେରିବେ ବେଳେ ଅଧା ରାସ୍ତାରେ ବାଇକ୍‌ ଛିଡ଼ା କରି ଔଷଧ ଦୋକାନରୁ ଔଷଧ ଆଣିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଧରି ଚମ୍ପଟ ମାରିଥିଲେ।

Related story