ଝିଅ ବିବାହ ପାଇଁ ଟଙ୍କା ରଖିଥିଲେ, ଚୁନ ମାରି ନେଇଗଲେ ସାଇବର ଲୁଟେରା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଝିଅ ବିବାହ କରିବା ପାଇଁ ବାପା ସଞ୍ଚିତ କରି ରଖିଥିଲା ଟଙ୍କା। ସବୁ ଟଙ୍କା ଚୁନ ମାରି ନେଇଗଲା ସାଇବର ଲୁଟେରା ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। କାଲିମେଳା ବ୍ଲକର ଏମପିଭି-୩୧ ଗାଁରେ ରହୁଥିବା ସମୀର କୁମାର ଝିଅ ବିବାହ ପାଇଁ ଷ୍ଟେଟ ବ୍ୟାଙ୍କରେ ୨ଲକ୍ଷ ୮୪ ହଜାର ଟଙ୍କା ରଖିଥିଲେ। ସମୀର କାଲିମେଳା ଷ୍ଟେଟ ବ୍ୟାଙ୍କକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କ୍ରେଡିଟ କାର୍ଡ କରିବା ପାଇଁ କୁହାଯାଇଥିଲା। ସେଥିପାଇଁ ତାଙ୍କୁ […]

loot

  • Published: Tuesday, 06 December 2022
  • , Updated: 06 December 2022, 12:36 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଝିଅ ବିବାହ କରିବା ପାଇଁ ବାପା ସଞ୍ଚିତ କରି ରଖିଥିଲା ଟଙ୍କା। ସବୁ ଟଙ୍କା ଚୁନ ମାରି ନେଇଗଲା ସାଇବର ଲୁଟେରା ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।

କାଲିମେଳା ବ୍ଲକର ଏମପିଭି-୩୧ ଗାଁରେ ରହୁଥିବା ସମୀର କୁମାର ଝିଅ ବିବାହ ପାଇଁ ଷ୍ଟେଟ ବ୍ୟାଙ୍କରେ ୨ଲକ୍ଷ ୮୪ ହଜାର ଟଙ୍କା ରଖିଥିଲେ। ସମୀର କାଲିମେଳା ଷ୍ଟେଟ ବ୍ୟାଙ୍କକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କ୍ରେଡିଟ କାର୍ଡ କରିବା ପାଇଁ କୁହାଯାଇଥିଲା। ସେଥିପାଇଁ ତାଙ୍କୁ ସମସ୍ତ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲ। ହଠାତ୍ ଦିନେ ସମୀରଙ୍କ ମୋବାଇଲକୁ ଏକ ଲିଙ୍କ୍ ଆସିଥିଲା। ସେହି ଲିଙ୍କରେ ତୁମର ୟୁନୋ ବ୍ୟାଙ୍କ କାମ କରୁ ନ ଥିବା ଦର୍ଶାଇ ତୁରନ୍ତ ଚାଲୁ କରିବାକୁ କୁହାଯାଇଥିଲା।

ସମୀର ୟୁନୋ ବନ୍ଦ ପଡ଼ିଥିବାରୁ ହୁଏତ ଚାଲୁ କଲେ କ୍ରେଡିଟ କାର୍ଡ ମିଳିବ ଭାବି ଲିଙ୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ପରେ ତାଙ୍କ ପାଖକୁ କଲ୍‌ ଆସିଥିଲା। “ମୁଁ ଷ୍ଟେଟ ବ୍ୟାଙ୍କରୁ କହୁଛି। ତୁମ ମୋବାଇଲରେ ଏନିଡେସ୍କ ଡାଉନଲୋଡ କର।” ସମୀର ଏନିଡେସ୍କ ଡାଉନଲୋଡ କରିବାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୨ଲକ୍ଷ ୮୪ ହଜାର ଟଙ୍କା  ଚାଲିଯାଇଥିଲା। ସମୀର ନିଜ ଆକାଉଣ୍ଟ ଚେକ୍ କରିବାରୁ ବ୍ୟାଙ୍କ ଖାତାରେ କିଛି ଟଙ୍କା ନଥିଲା। ଏନେଇ ସେ ବ୍ୟାଙ୍କ ଯାଇ ବୁଝୁସୁଝା କରିଥିଲେ। ସମୀର ସାଇବର ଠକାମୀର ଶିକାର ହୋଇଛନ୍ତି ବୋଲି ବ୍ୟାଙ୍କ କର୍ମଚାରୀ କହିଥିଲେ। ପରେ ସମୀର ଏନେଇ ଥାନାରେ ଅଭିଯୋଗ କରିଥିଲେ।

 

 

Related story