ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲେ, ୩ ଦିନ ପରେ ମିଳିଲା ମୃତଦେହ

ଉମରକୋଟ(କାର୍ତ୍ତିକ ମଲ୍ଲିକ ): ତିନି ଦିନ ତଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅଧୀନ ପକନାଗୁଡ଼ା ଗାଁରୁ ନିଖୋଜ ହୋଇଯାଇଥିବା ଦୁଇ ନାବାଳିକାଙ୍କ  ମୃତଦେହ ଗାଁ ପାଖ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି। ଗତକାଲି ଏହି  କୂଅରେ ଏକ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ତେବେ ରାତି ଅଧିକ ହୋଇଯାଇଥିବାରୁ ମୃତଦେହଟି ଉଦ୍ଧାର ହୋଇପାରି ନ ଥିଲା।  ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଉକ୍ତ କୂଅରୁ ୨ ନିଖୋଜ ନାବାଳିକାଙ୍କ […]

drown

Niharika Rout
  • Published: Friday, 07 February 2020
  • , Updated: 07 February 2020, 01:50 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ ): ତିନି ଦିନ ତଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅଧୀନ ପକନାଗୁଡ଼ା ଗାଁରୁ ନିଖୋଜ ହୋଇଯାଇଥିବା ଦୁଇ ନାବାଳିକାଙ୍କ  ମୃତଦେହ ଗାଁ ପାଖ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି। ଗତକାଲି ଏହି  କୂଅରେ ଏକ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ତେବେ ରାତି ଅଧିକ ହୋଇଯାଇଥିବାରୁ ମୃତଦେହଟି ଉଦ୍ଧାର ହୋଇପାରି ନ ଥିଲା।  ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଉକ୍ତ କୂଅରୁ ୨ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। କିପରି ଓ କେଉଁ ପରିସ୍ଥିତିରେ ସେମାନେ ସେଠାରେ ପହଞ୍ଚିଲେ ଓ କୂଅରେ ବୁଡ଼ିଲେ ତାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ପକନାଗୁଡ଼ା ଗାଁର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ଓ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ୭ ବର୍ଷର ଝିଅ ଲକ୍ଷ୍ମୀ  ୪ ତାରିଖରେ   ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଲକ୍ଷ୍ମୀଙ୍କ ମାମୁ ଘର ପକନାଗୁଡ଼ା ଗାଁରେ। ସେ ସେଠାକୁ ଆସିଥିବା ବେଳେ ପଞ୍ଚବତୀଙ୍କ ସହିତ ଖେଳୁଥିବା ବେଳେ ହଠାତ୍‌ ଦୁହେଁ କେଉଁଆଡ଼େ ଚାଲି ଯାଇଥିଲେ ।  ବହୁତ ଖୋଜାଖୋଜି  ସତ୍ତ୍ୱେ ଦୁଇ ପରିବାର ଲୋକେ ସେମାନଙ୍କ ଝିଅଙ୍କୁ ପାଇ ନଥିଲେ। ତା’ପରେ ସେମାନେ କୁନ୍ଦେଇ ଥାନାର ଦ୍ୱାରସ୍ଥ ହୋଇଥିଲେ।  କୁନ୍ଦେଇ ପୁଲିସ୍‌ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କ ପତ୍ତା ପାଇ ନଥିଲା।  

ଗତକାଲି ସନ୍ଧ୍ୟାରେ ପକନାଗୁଡ଼ା ଗାଁ ନିକଟସ୍ଥ ଉକ୍ତ ପରିତ୍ୟକ୍ତ କୂଅରେ ଜଣେ ନାବାଳିକାଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ ବୋଲି ଉମରକୋଟ ଏସ୍‌ଡିପିଓ ସୂଚନା ଦେଇଛନ୍ତି । ତେବେ ରାତି ଅଧିକ ହୋଇଯିବାରୁ ମୃତଦେହ ଉଦ୍ଧାର ହୋଇପାରିନଥିଲା ବୋଲି ସେ କହିଥିଲେ।

Related story