ଜଳିଗଲା ଗରିବ ଘରର ସ୍ୱପ୍ନ; ବେଙ୍ଗାଲୁରୁରେ ପୋଡ଼ିଗଲା ବାଲେଶ୍ୱରର ପରିବାର

ବେଙ୍ଗାଲୁରୁ: ନିଆଁରେ ପୋଡ଼ିହୋଇ ବେଙ୍ଗଲୁରୁରେ ରହୁଥିବା ଗୋଟିଏ ଓଡ଼ିଆ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ୟାସରେ ନିଆଁ ଲାଗିବାରୁ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ୩ ପରିବାର ଲୋକେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠିଗାଁର। ପ୍ରଶାନ୍ତ ମହାକୁଡ଼ ବାଙ୍ଗାଲୁରୁରେ ଏକ ପ୍ଲାଷ୍ଟିକ୍‌ କମ୍ପାନୀରେ କାମ କରନ୍ତି। ତାଙ୍କ ପରିବାର ମଧ୍ୟ ସେଠାରେ ରୁହନ୍ତି। ଆଜି ପରିବାରର ସମସ୍ତେ ଘରେ ଥିଲେ। ଏହି ସମୟରେ ହଠାତ ରୋଷେଇ ଗ୍ୟାସରେ ନିଆଁ ଲାଗି ଯାଇଥିଲା। କ୍ଷଣକ […]

C_9MVD_UMAA3ja_

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 11:00 PM IST

ବେଙ୍ଗାଲୁରୁ: ନିଆଁରେ ପୋଡ଼ିହୋଇ ବେଙ୍ଗଲୁରୁରେ ରହୁଥିବା ଗୋଟିଏ ଓଡ଼ିଆ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ୟାସରେ ନିଆଁ ଲାଗିବାରୁ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ୩ ପରିବାର ଲୋକେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠିଗାଁର।

ପ୍ରଶାନ୍ତ ମହାକୁଡ଼ ବାଙ୍ଗାଲୁରୁରେ ଏକ ପ୍ଲାଷ୍ଟିକ୍‌ କମ୍ପାନୀରେ କାମ କରନ୍ତି। ତାଙ୍କ ପରିବାର ମଧ୍ୟ ସେଠାରେ ରୁହନ୍ତି। ଆଜି ପରିବାରର ସମସ୍ତେ ଘରେ ଥିଲେ। ଏହି ସମୟରେ ହଠାତ ରୋଷେଇ ଗ୍ୟାସରେ ନିଆଁ ଲାଗି ଯାଇଥିଲା। କ୍ଷଣକ ଭିତରେ ନିଆଁ ଘର ଚାରିଆଡେ ବ୍ୟାପୀ ଯାଇଥିଲା। କ୍ଷଣକ ଭିତରେ ପ୍ରଶାନ୍ତଙ୍କ ସମେତ ତାଙ୍କ ୧୦ ବର୍ଷର ପୁଅ ଆଦିତ୍ୟ ଓ ୨ ବର୍ଷର ଝିଅ ମନୀଷା ପୋଡ଼ି ଯାଇଥିଲେ। ପ୍ରଶାନ୍ତଙ୍କ ପତ୍ନୀ ବାଥ୍‌ରୁମ୍‌ରେ ଥିବାରୁ ସେ ଅଞ୍ଚକେ ବର୍ତ୍ତି ଯାଇଛନ୍ତି।

Related story