ଯାଜପୁରରେ ପୁଣି ୨ କରୋନା ପଜିଟିଭ

ଯାଜପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନାର ହଟସ୍ପଟ ପାଲଟିଥିବା ଯାଜପୁର ଜିଲ୍ଲାରେ ଆଜି ଆଉ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ୱେବସାଇଟରେ ଏହି ସୂଚନା  ଦିଆଯାଇଛି।  ଗତକାଲି ଏହି ଜିଲ୍ଲାରୁ ୧୭ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ୨ ଚିହ୍ନଟ ପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା।   ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ଛୁଇଁଲା। ଉଭୟ ଆକ୍ରାନ୍ତ କୋଲକାତା ଫେରନ୍ତା ଏବଂ କଣ୍ଟେନମେଣ୍ଟ ଜୋନ୍‌ରେ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ […]

corona-99

Niharika Rout
  • Published: Friday, 01 May 2020
  • , Updated: 01 May 2020, 02:49 PM IST

ଯାଜପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନାର ହଟସ୍ପଟ ପାଲଟିଥିବା ଯାଜପୁର ଜିଲ୍ଲାରେ ଆଜି ଆଉ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ୱେବସାଇଟରେ ଏହି ସୂଚନା  ଦିଆଯାଇଛି।  ଗତକାଲି ଏହି ଜିଲ୍ଲାରୁ ୧୭ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ୨ ଚିହ୍ନଟ ପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା।   ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ଛୁଇଁଲା।

ଉଭୟ ଆକ୍ରାନ୍ତ କୋଲକାତା ଫେରନ୍ତା ଏବଂ କଣ୍ଟେନମେଣ୍ଟ ଜୋନ୍‌ରେ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ଆଉ ଜଣେ ୭୫ ବର୍ଷୀୟା ବୃଦ୍ଧା ବୋଲି ଜଣାଯାଇଛି। ୫୫ ବର୍ଷୀୟ ଆକ୍ରାନ୍ତଙ୍କ ଘର ବିରଜାପୁର କଣ୍ଟେନମେଣ୍ଟ ଅଞ୍ଚଳରେ । ୭୫ ବର୍ଷୀୟା ବୃଦ୍ଧା ଆକ୍ରାନ୍ତଙ୍କ ଘର କଟିକଟା କଣ୍ଟେନମେଣ୍ଟରେ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଜିଲ୍ଲାର ଦଶରଥପୁର ବ୍ଲକ ଅଧୀନ କଟିକଟା ପଞ୍ଚାୟତରୁ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ଡାହଣହତା ପଞ୍ଚାୟତରୁ ଜଣେ ଚିହ୍ନଟ  ହୋଇଥିଲେ।  ଏବେ ଜିଲ୍ଲାର ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ ସମେତ ଗୋପାଳପୁର ଓ ଡାହଣହତା ପଞ୍ଚାୟତକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି ।

ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଥିବାବେଳେ  ସେମାନଙ୍କ ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଛନ୍ତି। ୧୦୫ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଜଣଙ୍କର ମୃତ୍ୟୁ ଘଟିଛି।

Related story