ଆଜିଠୁ ଯୁକ୍ତ ଦୁଇ ଅଫ୍‌ଲାଇନ୍ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫ୍‌ଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଉପରେ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ଜଣାପଡ଼ିଛି । ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଓ ଦିନ ୧ଟା […]

COPY-1

Niharika Rout
  • Published: Monday, 08 June 2020
  • , Updated: 08 June 2020, 08:54 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫ୍‌ଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଉପରେ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ଜଣାପଡ଼ିଛି ।

ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଓ ଦିନ ୧ଟା ୩୦ରୁ ସନ୍ଧ୍ୟା  ୬ଟା ୩୦ ଯାଏ ଦ୍ୱିତୀୟ ସିଫ୍ଟରେ ଖାତା ଦେଖା ହେବ । ସେପଟେ କରୋନା ମହାମାରୀ ନେଇ ଖାତା ଦେଖା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନେଇ ବିଶେଷ ଧ୍ୟାନ ଦିଆଯିବ ।

Related story