ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଯଶରାଜ ମୁଣ୍ଡା ଓ ସମା ମୁଣ୍ଡା। ସେମାନଙ୍କ ଘର ଶଙ୍କରପୁର ଗାଁରେ। ଏମାନେ ଦୁଇ ଜଣ ସାଙ୍ଗ ଥିଲେ। ଗତକାଲି ଯଶରାଜ ଓ ସମା ଏକ ବାଇକ୍ ଯୋଗେ ବିଲେଇପଦା ଯାଇଥିଲେ। ଆଉ ସେମାନେ ସେଠାରୁ ଘରକୁ ଆସୁଥିବା ବେଳେ  ରାତିରେ କଣ୍ଡରା ନିକଟରେ ଏକ ଅଜଣା […]

accident0

Jyoshna Pradhan
  • Published: Friday, 03 January 2020
  • , Updated: 03 January 2020, 02:49 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଯଶରାଜ ମୁଣ୍ଡା ଓ ସମା ମୁଣ୍ଡା। ସେମାନଙ୍କ ଘର ଶଙ୍କରପୁର ଗାଁରେ। ଏମାନେ ଦୁଇ ଜଣ ସାଙ୍ଗ ଥିଲେ।

ଗତକାଲି ଯଶରାଜ ଓ ସମା ଏକ ବାଇକ୍ ଯୋଗେ ବିଲେଇପଦା ଯାଇଥିଲେ। ଆଉ ସେମାନେ ସେଠାରୁ ଘରକୁ ଆସୁଥିବା ବେଳେ  ରାତିରେ କଣ୍ଡରା ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି।

Related story